ବସ୍ତରରେ ଯବାନଙ୍କ ସହ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ଦୀପାବଳି ଅବସରରେ ଦେଶର ସୁରକ୍ଷାକର୍ମୀଙ୍କ ସହ ଆଲୋକର ପର୍ବ ପାଳନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ନକ୍ସଲବାଦ ଉପରେ ବିଜୟ ହାସଲ କରିବା ପରେ ଏହା ପ୍ରଥମ ଦୀପାବଳି ହୋଇଥିବାରୁ ଏହି ଅବସରରେ ସେ ସମସ୍ତ ଯବାନଙ୍କୁ ଦୀପାବଳିର ଶୁଭକାମନା ଜଣାଇବା ସହ ସେମାନଙ୍କ ତ୍ୟାଗ ଓ ବୀରତ୍ୱକୁ ନମନ କରିଛନ୍ତି। ଏନେଇ ସେ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ବିସ୍ତୃତ ସୂଚନା ଦେଇଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ପୂର୍ବରୁ ନକ୍ସଲ ସଂଗଠନର ମୁଖିଆମାନେ ଉତ୍ସବ ପାଳନ କରୁଥିଲେ ଏବଂ ସେତେବେଳର ସରକାରମାନେ ଏହାକୁ ଏକ ଅସାଧ୍ୟ ରୋଗ ଭାବି ଅଣଦେଖା କରିଥିଲେ। କିନ୍ତୁ ଦେଶ ନିଜ ଶତ୍ରୁଙ୍କ ପ୍ରତି ଏପରି ନରମ ମନୋଭାବ ନେଇ ଆଗକୁ ବଢ଼ିପାରିବ ନାହିଁ। ଦେଶର ପ୍ରଗତି ପାଇଁ ଶତ୍ରୁଙ୍କ ମୁକାବିଲା ଦୃଢ଼ ମନୋବଳ ସହ କରିବା ଆବଶ୍ୟକ ଥିବାବେଳେ, ସେଥିପାଇଁ ୨୦୧୪ରେ ଆବଶ୍ୟକ ରାଜନୈତିକ ଇଚ୍ଛାଶକ୍ତି ପ୍ରକାଶ ପାଇଥିଲା। ୨୦୧୪ ପରଠାରୁ ପରିସ୍ଥିତି ଓ ପରିସଂଖ୍ୟାନରେ ବଡ଼ ପରିବର୍ତ୍ତନ ଆସିଛି। ପୂର୍ବରୁ ନକ୍ସଲଙ୍କ ଅପେକ୍ଷା ସୁରକ୍ଷାକର୍ମୀଙ୍କ ମୃତ୍ୟୁ ସଂଖ୍ୟା ଅଧିକ ଥିବା ଚର୍ଚ୍ଚା ହେଉଥିଲା, କିନ୍ତୁ ବର୍ତ୍ତମାନ ସ୍ଥିତି ସମ୍ପୂର୍ଣ୍ଣ ବଦଳିଛି। ଗତ ୪୭ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଗୋଟିଏ ବର୍ଷରେ ସିଆରପିଏଫର ଜଣେ ମଧ୍ୟ ଯବାନଙ୍କ ଜୀବନ ଯାଇନଥିବା ସେ ଉଲ୍ଲେଖ କରିଛନ୍ତି। ସଫଳତା ପାଇଁ ସଠିକ୍ ଉଦ୍ଦେଶ୍ୟ ଏବଂ ଉପ

Related Articles

Leave a Reply

Your email address will not be published. Required fields are marked *

Back to top button