ମେ’ ମାସ ଦ୍ବିତୀୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ପରୀକ୍ଷା ଫଳ

ଭୁବନେଶ୍ବର: ମାଟ୍ରିକ୍ ରେଜଲ୍ଟକୁ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ବଡ଼ ଅପଡେଟ୍ । ମେ ଦ୍ବିତୀୟ ସପ୍ତାହ ସୁଦ୍ଧା ବାହାରିବ ମାଟ୍ରିକ ରେଜଲ୍ଟ । ୫୧ଟି କେନ୍ଦ୍ରରେ ଖାତା ଦେଖା ହେବ । ମାର୍ଚ୍ଚ ୧୯ରୁ ବିଭିନ୍ନ ସେଣ୍ଟରରେ ମାଟ୍ରିକ୍ ଖାତା ଦେଖା ହେବ। ଏନେଇ ବୋର୍ଡ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ଅନ୍ୟପକ୍ଷରେ ମାଟ୍ରିକ୍ ପରୀକ୍ଷା ଖାତା ଦେଖା ମାର୍ଚ୍ଚ ୧୯ ତାରିଖରୁ ଆରମ୍ଭ ହେବ । ଏହି ମୂଲ୍ୟାୟନ ପ୍ରକ୍ରିୟା ଏପ୍ରିଲ୍ ୨ ତାରିଖ ସୁଦ୍ଧା ଶେଷ କରିବା ପାଇଁ ବୋର୍ଡ ପକ୍ଷରୁ ସମୟ ଧାର୍ଯ୍ୟ କରାଯାଇଛି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ (ଏସ୍ଓଏସ୍ସି)ଓ ସଂସ୍କୃତ ମଧ୍ୟମା ଖାତା ଦେଖା ପାଇଁ ୩୦ ଟି ଜିଲ୍ଲାରେ ସମୁଦାୟ ୫୧ ଟି ମୂଲ୍ୟାୟନ କେନ୍ଦ୍ର ହୋଇଛି । ଏଥିରୁ ୪୭ଟି ହାଇସ୍କୁଲ୍ରେ ମାଟ୍ରିକ୍ ଖାତା ଦେଖିବା ଲାଗି ବ୍ୟବସ୍ଥା ରହିଥିବା ବେଳେ ଦୁଇଟି କେନ୍ଦ୍ରରେ ଏସ୍ଓଏସସି ଓ ଗୋଟେ କେନ୍ଦ୍ରରେ ମଧ୍ୟମା ଖାତା ଦେଖା ହେବ । ମୂଲ୍ୟାୟନରେ ସ୍ୱଚ୍ଛତା ବଜାୟ ରଖିବା କେଉଁ ନୋଡାଲ୍ ସେଣ୍ଟର୍ରୁ ଉତ୍ତର ଖାତାଗୁଡ଼ିକ କେଉଁ ମୂଲ୍ୟାୟନ କେନ୍ଦ୍ରକୁ ଯିବ ସେ ବାବଦରେ ବୋର୍ଡ ପକ୍ଷରୁ ଗୋପନୀୟ ଭାବେ ଟିମ୍ଗୁଡ଼ିକୁ ନିୟୋଜିତ କରାଯାଇଛି । ମାର୍ଚ୍ଚ ୧୮ ତାରିଖରୁ ପରୀକ୍ଷକ ତଥା ମୂଲ୍ୟାୟନରେ ନିୟୋଜିତ ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଉପସ୍ଥିତ ହେବେ । ଜଣେ ଶିକ୍ଷକ ଦିନକୁ ୨୫ ରୁ ୩୦ଟି ଖାତା ଦେଖିବେ । ଏହି ମୂଲ୍ୟାୟନ ବ୍ୟବସ୍ଥାରେ ୧୨ ହଜାରରୁ ଅଧିକ ଶିକ୍ଷକ ନିୟୋଜିତ ହୋଇଛନ୍ତି । ସେହିପରି ଜିଲ୍ଲା ସ୍ତରରେ ଶିକ୍ଷାଧିକାରୀମାନେ ପ୍ରତି ମୂଲ୍ୟାୟନ କେନ୍ଦ୍ରରେ ୪ ଜଣ ଲେଖାଏଁ ଡାଟା ଏଣ୍ଟ୍ରି ଅପରେଟର ନିୟୋଜିତ କରାଇବା ପାଇଁ ବ୍ୟବସ୍ଥା ରହିଛି । ସେହିପରି ମୁଖ୍ୟ ପରୀକ୍ଷକ, ଦୁଇ ଡେପୁଟି ଚିଫ୍ ଏକଜାମିନର ଓ ୨ ଜଣ ସ୍କୃଟିନାଇଜରଙ୍କୁ ନିୟୋଜିତ କରାଯାଇଛି । ସୂଚନା ଅନୁଯାୟୀ, ଚଳିତ ବର୍ଷ ୫ ଲକ୍ଷ ୪୬ ହଜାର ୫୮୨ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି । ମାଟ୍ରିକ୍ ସହ ଷ୍ଟେଟ୍ ଓପନ୍ ସ୍କୁଲ୍ ସାର୍ଟିଫିକେଟ୍ ପରୀକ୍ଷା(ଏସ୍ଓଏସ୍) ଏବଂ ସଂସ୍କୃତ ମଧ୍ୟମା ପରୀକ୍ଷା ଏକ ସମୟରେ ଅନୁଷ୍ଠିତ ହେଉଛି । ରାଜ୍ୟର ୩ ହଜାର ୮୨ଟି କେନ୍ଦ୍ରରେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଆଜି ସାମାଜିକ ବିଜ୍ଞାନ ସରିଥିବା ବେଳେ ମାର୍ଚ୍ଚ ୨ ତାରିଖରେ ଗଣିତ ପରୀକ୍ଷା ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button