ସାଂସଦଙ୍କ ପୁଅଙ୍କ କାର୍‌ ଧକ୍କାରେ ଓଡ଼ିଆ ଯୁବତୀଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ହାଇଦ୍ରାବାଦର ଇନୋରବିଟ୍‌ ମଲ୍‌ ନିକଟରେ ଘଟିଛି ଏକ ଭୟଙ୍କର ସଡ଼କ ଦୁର୍ଘଟଣା। ଆନ୍ଧ୍ରପ୍ରଦେଶର ଜନସେନା ପାର୍ଟି ରାଜ୍ୟସଭା ସାଂସଦ ଲିଙ୍ଗମାନେନି ରମେଶଙ୍କ ପୁଅଙ୍କ ଦ୍ରୁତଗାମୀ ‘ଆଷ୍ଟନ୍‌ ମାର୍ଟିନ୍‌’ କାର୍‌ ଧକ୍କାରେ ଜଣେ ୨୬ ବର୍ଷୀୟା ଓଡ଼ିଆ ଯୁବତୀଙ୍କର ମୃତ୍ୟୁ ଘଟିଛି। ମୃତ ଯୁବତୀ ଜଣକ ହେଉଛନ୍ତି ଭାରତୀ ମୁଖୀ।ସୂଚନା ଅନୁସାରେ, ଅଗଷ୍ଟ ୧୬ ତାରିଖରେ ଭାରତୀ ତାଙ୍କ ସହକର୍ମୀ ପୂଜା ଅଶୋକଙ୍କ ସହ ଲଞ୍ଚ ବ୍ରେକ୍‌ରେ ଖାଦ୍ୟ ଆଣିବାକୁ ITC କୋହେନୁର ଅଞ୍ଚଳକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ ରାସ୍ତା ପାର୍‌ ହେଉଥିବା ବେଳେ ଏକ ଅତି ଦ୍ରୁତଗାମୀ ‘ଆଷ୍ଟନ୍‌ ମାର୍ଟିନ୍‌’ କାର୍‌ ତାଙ୍କୁ ସୋଜା ଧକ୍କା ଦେଇଥିଲା। ଦୁର୍ଘଟଣା ପରେ ଭାରତୀଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିବା ସହ ପ୍ରବଳ ରକ୍ତସ୍ରାବ ହୋଇଥିଲା। ଦୁର୍ଘଟଣା ପରର ଏକ ହୃଦୟବିଦାରକ ଭିଡିଓ ଏବେ ସାମ୍ନାକୁ ଆସିଛି, ଯେଉଁଥିରେ ଭାରତୀ ରାସ୍ତା ଉପରେ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ବେଳେ ତାଙ୍କ ସହକର୍ମୀ ସାହାଯ୍ୟ ପାଇଁ କାନ୍ଦି କାନ୍ଦି ଚିତ୍କାର କରୁଛନ୍ତି। ଘଟଣାସ୍ଥଳରେ ସ୍ଥାନୀୟ ଲୋକେ ଗାଡ଼ି ଚାଳକଙ୍କୁ ଘେରି ଅଟକାଇଥିଲେ। ପରେ ଆହତ ଭାରତୀଙ୍କୁ ସେହି ଦୁର୍ଘଟଣାଗ୍ରସ୍ତ କାର୍‌ରେ ଜୁବିଲି ହିଲ୍ସସ୍ଥିତ ଆପୋଲୋ ହସ୍ପିଟାଲକୁ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button