ଭକ୍ତଙ୍କ ଗଡ଼ରେ ମୋକିମ୍‌ଙ୍କ ଶକ୍ତି ପ୍ରଦର୍ଶନ: ସିଜିମାଳି ଖଣି ଓ ବେକାରୀ ସମସ୍ୟାକୁ ନେଇ ଗର୍ଜିଲା ଓଡ଼ିଶା ଜନତା କଂଗ୍ରେସ

ଭୁବନେଶ୍ବର: କଳାହାଣ୍ଡି ରାଜନୀତିରେ ନୂଆ ସମୀକରଣର ସୂତ୍ରପାତ କରିଛନ୍ତି ମହମ୍ମଦ ମୋକିମ୍। ଭକ୍ତ ଦାସଙ୍କ ଗଡ଼ କୁହାଯାଉଥିବା କଳାହାଣ୍ଡିରେ ଆଜି ଓଡ଼ିଶା ଜନତା କଂଗ୍ରେସ (OJC) ପକ୍ଷରୁ ଏକ ବିଶାଳ ଜନ ସମାବେଶ ଆୟୋଜିତ ହୋଇଯାଇଛି। ଭବାନୀପାଟଣା ଶ୍ରୀକୃଷ୍ଣ ନଗର ପଡିଆରେ ଆୟୋଜିତ ଏହି ସଭାରେ ହଜାର ହଜାର ସମର୍ଥକଙ୍କ ଗହଣରେ ନିଜର ସାଂଗଠନିକ ଶକ୍ତି ପ୍ରଦର୍ଶନ କରିଛନ୍ତି ମୋକିମ୍। ସମାବେଶକୁ ସମ୍ବୋଧିତ କରି ଓଜେସି ମୁଖ୍ୟ ମହମ୍ମଦ ମୋକିମ୍ କହିଛନ୍ତି ଯେ, ଏହା କେବଳ ଏକ ସଭା ନୁହେଁ, ବରଂ କଳାହାଣ୍ଡିର ସ୍ଵାର୍ଥ ରକ୍ଷା ପାଇଁ ଏକ ନୂଆ ସଂଗ୍ରାମର ଆରମ୍ଭ। ଜିଲ୍ଲାର ବହୁ ପ୍ରତିକ୍ଷିତ ତୁର୍କେଲ ପୋଲ ନିର୍ମାଣରେ ଅହେତୁକ ବିଳମ୍ବ ଏବଂ ବଢ଼ୁଥିବା ବେକାରୀ ସମସ୍ୟାକୁ ନେଇ ସେ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଖଣି ଖନନକୁ ନେଇ ଜିଲ୍ଲାରେ ଲାଗି ରହିଥିବା ଅସନ୍ତୋଷକୁ ଆଜି ସିଧାସଳଖ ଆୟୁଧ କରିଛନ୍ତି ମୋକିମ୍। ସିଜିମାଳି ଖଣି ଖନନ ବିରୋଧରେ ଚାଲିଥିବା ଆନ୍ଦୋଳନକୁ ସମର୍ଥନ ଜଣାଇବା ସହ ଆଗାମୀ ଦିନରେ ଏହି ଲଢ଼େଇରେ ଓଡ଼ିଶା ଜନତା କଂଗ୍ରେସ ସାମିଲ ହେବ ବୋଲି ସେ ଘୋଷଣା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button