ନାବାଳିକା ହତ୍ୟା ମାମଲା : ପୁଲିସ ଅବହେଳା ଅଭିଯୋଗ, SIଙ୍କୁ ବଦଳି

ଭୁବନେଶ୍ବର: ନାବାଳିକା ହତ୍ୟା ମାମଲାରେ ପୁଲିସର ନିଷ୍କ୍ରିୟତା ଓ କାର୍ଯ୍ୟାନୁଷ୍ଠାନକୁ ନେଇ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ଦାୟିତ୍ୱରେ ଚରମ ଅବହେଳା କରିଥିବା ଅଭିଯୋଗରେ ନାମ୍ଫ ଫାଣ୍ଡିର ଏସ୍‌ଆଇ କରଣ ମାରାଣ୍ଡିଙ୍କ ବିରୋଧରେ ବାଲେଶ୍ୱର ଏସ୍‌ପି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ତାଙ୍କୁ ତୁରନ୍ତ ଜିଲ୍ଲା ପୁଲିସ ମୁଖ୍ୟାଳୟକୁ ବଦଳି କରାଯାଇଛି। ନିଖୋଜ ନାବାଳିକାଙ୍କ ମୃତଦେହ ଜଙ୍ଗଲରୁ ଉଦ୍ଧାର ହେବା ପରେ ପୁଲିସର କାର୍ଯ୍ୟଶୈଳୀକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚରମ ଅସନ୍ତୋଷ ପ୍ରକାଶ ପାଇଛି। ପ୍ରାପ୍ତ ସୂଚନା ଅନୁଯାୟୀ, ଗତ ପାଞ୍ଚ ଦିନ ଧରି ନାବାଳିକା ଜଣକ ନିଖୋଜ ଥିଲେ। ପରିବାର ଲୋକେ ସମ୍ଭାବ୍ୟ ସମସ୍ତ ସ୍ଥାନରେ ଖୋଜାଖୋଜି କରିବା ପରେ ଫାଣ୍ଡିରେ ଅଭିଯୋଗ କରିଥିଲେ ମଧ୍ୟ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିନଥିବା ଗୁରୁତର ଅଭିଯୋଗ ହୋଇଛି। ଶେଷରେ ଜଙ୍ଗଲ ଭିତରୁ ନାବାଳିକାଙ୍କ ମୃତଦେହ ମିଳିବା ପରେ ଘଟଣାଟି ଗୁରୁତର ମୋଡ଼ ନେଇଛି। ପରିବାରର ଆକୁଳ ନିବେଦନ ସତ୍ତ୍ୱେ ପୁଲିସ କାହିଁକି ଏହାକୁ ଗୁରୁତ୍ୱ ଦେଲାନାହିଁ, ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସମୟ ସୂଚୀ ଅନୁଯାୟୀ ଏଫ୍‌ଆଇଆର୍‌ ରୁଜୁ ହୋଇ ତଦନ୍ତ ଆରମ୍ଭ ହୋଇଥିଲେ ଏକ ମୂଲ୍ୟବାନ ଜୀବନ ବଞ୍ଚିପାରିଥାନ୍ତା କି ନାହିଁ, ସେ ନେଇ ଏବେ ସାଧାରଣରେ ଆଲୋଚନା ଜୋର୍ ଧରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button