ବାରହା ଆକ୍ରମଣରେ ନାବାଳକ ଗୁରୁତର: ୧ ଘଣ୍ଟା ଲଢ଼ି ଜୀବନ ବଞ୍ଚାଇଲେ ସୁମନ

ଭୁବନେଶ୍ବର: ବାରହା ସହ ପ୍ରାୟ ୧ ଘଣ୍ଟା କାଳ ଲଢ଼େଇ କରି ନିଜ ଜୀବନ ବଞ୍ଚାଇଛନ୍ତି ଜଣେ ନାବାଳକ। କଟକ ଜିଲ୍ଲା ବାଙ୍କୀର ଗୋପାଳପୁର ଅଞ୍ଚଳରୁ ସାମ୍ନାକୁ ଆସିଛି ଏଭଳି ଏକ ଚାଞ୍ଚଲ୍ୟକର ଘଟଣା। ନାବାଳକ ଜଣକ ସ୍ଥାନୀୟ ଅଞ୍ଚଳର ସୁମନ ବେହେରା ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ସୁମନ ଗାଁ ନିକଟ ନଦୀପଠାକୁ ଶୌଚ ପାଇଁ ଯାଇଥିବା ବେଳେ ଏକ ବାରହା ହଠାତ୍‌ ତାଙ୍କୁ ଆକ୍ରମଣ କରିଥିଲା। ନିଜ ଜୀବନ ବଞ୍ଚାଇବା ପାଇଁ ସେ ବାରହା ସହ ଦୀର୍ଘ ସମୟ ଧରି ସଂଘର୍ଷ କରିଥିଲେ। ତାଙ୍କ ଚିତ୍କାର ଶୁଣି ଗ୍ରାମବାସୀ ଓ ବାଙ୍କୀ ଅଗ୍ନିଶମ ବାହିନୀର ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଥିଲେ। ଆକ୍ରମଣରେ ସୁମନ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ତୁରନ୍ତ ବାଙ୍କୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗାଁ ଆଖପାଖରେ ବାରହା ବୁଲୁଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଭୟଭୀତ ହୋଇପଡ଼ିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button