ରଥଯାତ୍ରା ପାଇଁ ରାଜ୍ୟ ସରକାରଙ୍କୁ ଅଭିନବ ଉପାୟରେ ଅନୁମତି ମାଗିଲେ କେନ୍ଦ୍ରାପଡାବାସୀ

 କେନ୍ଦ୍ରାପଡାରେ ରଥଯାତ୍ରାକୁ ନେଇ ଏକ ଅଭିନବ ଉପାୟରେ ଆଳି ଓ ରାଜକନିକାର ବିଜେପି କର୍ମୀମାନେ ଗଣଧାରଣାରେ ସାମିଲ ହେଇଥିଲେ । ଏହି ରଥଯାତ୍ରା ସହିତ କେନ୍ଦ୍ରାପଡ଼ାବାସୀଙ୍କ ଧର୍ମୀୟ ଭାବନା ଜଡିତ ରହିଛି । ତେଣୁ ଏହି ବୃହତ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟମାବଳୀକୁ ପ୍ରାଧାନ୍ୟ ଦେଇ ବଳଦେବଜୀଉଙ୍କ ରଥଯାତ୍ରା କରାଇବା ପାଇଁ ପ୍ରଚେଷ୍ଟା ଉଚିତ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

କେନ୍ଦ୍ରାପଡା : କେନ୍ଦ୍ରାପଡାରେ ରଥଯାତ୍ରାକୁ ନେଇ ଆଳି ଓ ରାଜକନିକା ଉଭୟ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣାରେ ବସି ରହିଥିଲେ ବିଜେପିର କର୍ମୀମାନେ | ଏହି ଜିଲ୍ଲାର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ପାଇଁ କେନ୍ଦ୍ରାପଡା ଜିଲ୍ଲାର ଜିଲ୍ଲାପାଳ ଶ୍ରୀ ଅମୃତ ଋତୁରାଜଙ୍କୁ ସମସ୍ତ ତହସିଲଦାରଙ୍କ ମାଧ୍ୟମରେ ଦାବିପତ୍ର ପ୍ରଦାନ କରାଯାଇଛି |

ତୁଳସୀକ୍ଷେତ୍ର ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରା ପାଇଁ ରାଜ୍ୟ ସରକାର ନିଜ ଆଡ଼ୁ ସମସ୍ତ ପ୍ରକାର ଆନ୍ତରିକତା ସହ ଉଦ୍ୟମ କରନ୍ତୁ ବୋଲି କହିଛନ୍ତି କେନ୍ଦ୍ରାପଡ଼ା ପୂର୍ବତନ ସାଂସଦ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ବୈଜୟନ୍ତ ପଣ୍ଡା |

ଶ୍ରୀ ପଣ୍ଡା ଆହୁରି ମଧ୍ୟ କହିଛନ୍ତି କି, ଶ୍ରୀକ୍ଷେତ୍ର ପୁରୀ ସହ କେନ୍ଦ୍ରାପଡ଼ା ବଳଦେବଜିଉଙ୍କ ରଥଯାତ୍ରାର ଅନେକ ଧାର୍ମିକ ସାମଞ୍ଜସ୍ୟ ସହ ନୀତିକାନ୍ତିରେ ସମାନତା ଓ ସଂଯୋଗ ବହୁ ପ୍ରାଚୀନ | ସିଦ୍ଧବଳଦେବଜୀଉଙ୍କ ରଥଯାତ୍ରାର ସ୍ୱତନ୍ତ୍ର ପରିଚୟ ଥିବାବେଳେ ଶ୍ରୀକ୍ଷେତ୍ର ରଥଯାତ୍ରା ଭଳି ଏହା ମଧ୍ୟ ବହୁ ପୁରାତନ ଓ ପ୍ରାଚୀନ ପରମ୍ପରା | ଏହି ରଥଯାତ୍ରା ସହିତ ଅଗଣିତ ଜନସାଧାରଣ ବିଶେଷକରି କେନ୍ଦ୍ରାପଡ଼ାବାସୀଙ୍କ ଧର୍ମୀୟ ଭାବନା ଜଡିତ ରହିଛି | ଏହି ବହୁ ପୁରାତନ ପରାମ୍ପରା ଓ ଜନସାଧାରଣଙ୍କ ଭାବାବେଗ ସହ ବୃହତ ଧାର୍ମିକ ଭାବନାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୋଭିଡ୍ ନିୟମାବଳୀକୁ ପ୍ରାଧାନ୍ୟ ଦେଇ ବଳଦେବଜୀଉଙ୍କ ରଥଯାତ୍ରା କରାଇବା ପାଇଁ ପ୍ରଚେଷ୍ଟା ଉଚିତ ହେବ ବୋଲି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା |

ସୂଚନାଯୋଗ୍ୟ, ଗତ ବର୍ଷ ଭଳି ଚଳିତ ବର୍ଷ ବି ରଥଯାତ୍ରା ଉପରେ ରାଜ୍ୟ ସରକାର ଜାରି କରିଛନ୍ତି କଟକଣା | ପୁରୀ ଛଡ଼ା ରାଜ୍ୟର ଅନ୍ୟ କୌଣସି ସ୍ଥାନରେ ରଥଯାତ୍ରା କରାଯାଇପାରିବ ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆରସି) ପ୍ରଦୀପ କୁମାର ଜେନା ସୂଚନା ଦେଇଥିଲେ | ରାଜ୍ୟର ଅନ୍ୟ ସବୁ ମନ୍ଦିରରେ ରଥଯାତ୍ରା ନ ହେଲେ ବି ନୀତିକାନ୍ତି ସଂପନ୍ନ କରାଯାଇପାରିବ | ମନ୍ଦିର ପରିସରରେ ନୀତିକାନ୍ତି ସଂପନ୍ନ କରାଯାଇପାରିବ | କିନ୍ତୁ ମନ୍ଦିର ବାହାରେ କିଛି କାର୍ଯ୍ୟକଳାପ ହୋଇପାରିବ ନାହିଁ ଏସ୍ଆରସି କହିଥିଲେ |

Related Articles

Leave a Reply

Your email address will not be published.

Back to top button