ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେଲା ଓଡ଼ିଶା ପ୍ରୋ-ଟି ୨୦ ଲିଗ୍

ଭୁବନେଶ୍ବର: ବଲିଉଡ କଳାକାରଙ୍କ ନାଚଗୀତ, ଆତସବାଜି ମଧ୍ୟରେ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହୋଇଛି ଓଡ଼ିଶା ପ୍ରୋ-ଟି ୨୦ ଲିଗ୍ ବା ଓପିଟିଏଲ୍। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରି କହିଥିଲେ, ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶାର ଯୁବଶକ୍ତି, ପ୍ରତିଭା ଓ ସଙ୍କଳ୍ପର ପରିପ୍ରକାଶ ଦେଖିବାକୁ ମିଳିଛି। ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସଡର ଭାବେ ପୂର୍ବତନ କ୍ରିକେଟର ଇର୍ଫାନ ପଠାନ ଯୋଗଦେଇ ଏହା ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ। ଓସିଏର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା, ବିଧାୟକ ସୌଭିକ ବିଶ୍ବାଳ, ବିଧାୟକ ପ୍ରକାଶ ସେଠୀ, ଜିଲ୍ଲାପାଳ ଦତ୍ତାତ୍ରେୟ ଭାଉସାହେବ ସିନ୍ଦେ ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଯୋଗଦେଇଥିଲେ। ପ୍ରଥମ ଦିନରେ କଟକ ପାନ୍ଥର୍ସ ଓ ଭୁବନେଶ୍ବର ଟାଇଗର୍ସ ମଧ୍ୟରେ ମ୍ୟାଚ୍ ହୋଇଥିଲା। ଟାଇଗର୍ସ ୨୦ ଓଭରରେ ୫ ୱିକେଟରେ ୧୮୮ ରନ୍ କରିଥିଲା। ଜବାବରେ ପାନ୍ଥର୍ସ ୭ ୱିକେଟ ହରାଇ ବିଜୟଲକ୍ଷ୍ୟ ହାସଲ କରିନେଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button