IPL 2026 Final: ଆଜି ଟ୍ରଫି ଲଢ଼େଇରେ ମୁହାଁମୁହିଁ ହେବେ ଆରସିବି ଏବଂ ଗୁଜରାଟ

ନୂଆଦିଲ୍ଲୀ: ଆଜି ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମହାମୁକାବିଲା। ଟ୍ରଫି ପାଇଁ ଆରସିବି-ଗୁଜରାଟ ମଧ୍ୟରେ ହେବ କଡା ଟକ୍କର, କ୍ରିକେଟ୍ ପ୍ରେମୀଙ୍କ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି। ଆଜି ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲ୍ ୨୦୨”୬ର ମହାଫାଇନାଲ୍ ଖେଳାଯିବ। ଚଳିତ ସିଜିନ୍‌ର ଏହି ସବୁଠାରୁ ବଡ଼ ମହାମୁକାବିଲାରେ ଡିଫେଣ୍ଡିଂ ଚାମ୍ପିଅନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ କଡ଼ା ଟକ୍କର ହେବ। ଆଇପିଏଲ୍ ଇତିହାସର ପରିସଂଖ୍ୟାନକୁ ଦେଖିଲେ ଉଭୟ ଦଳ ମଧ୍ୟରେ ସର୍ବଦା କାଣ୍ଟେକା ଟକ୍କର ଦେଖିବାକୁ ମିଳିଛି। ଏପର୍ଯ୍ୟନ୍ତ ଦୁଇ ଦଳ ମଧ୍ୟରେ ମୋଟ ୯ଟି ମ୍ୟାଚ୍ ଖେଳାଯାଇଥିବା ବେଳେ ଆରସିବି ୫ଟିରେ ଏବଂ ଗୁଜରାଟ ୪ଟି ମ୍ୟାଚ୍‌ରେ ବିଜୟୀ ହୋଇଛନ୍ତି। ପରିସଂଖ୍ୟାନ ଅନୁଯାୟୀ ଆରସିବି ୫-୪ ରେ ସାମାନ୍ୟ ଅଗ୍ରଣୀ ରହିଛି। ଚଳିତ ସିଜିନ୍‌ର କ୍ୱାଲିଫାୟର୍-୧ ରେ ଗୁଜରାଟ ବିପକ୍ଷରେ ଆରସିବି ନିଜର ସର୍ବୋଚ୍ଚ ସ୍କୋର ୨୫୪ ରନ୍ ସଂଗ୍ରହ କରିଥିବା ବେଳେ ଦଳର ସର୍ବନିମ୍ନ ସ୍କୋର ୧୫”୫ ରନ୍ ରହିଛି।

Related Articles

Leave a Reply

Your email address will not be published. Required fields are marked *

Back to top button