ଆଇବି ଅଧିକାରୀ ଅଙ୍କିତ ଶର୍ମା ହତ୍ୟା ମାମଲା: ତାହିର ହୁସେନଙ୍କୁ ଆଜୀବନ କାରାଦଣ୍ଡ

ନୂଆଦିଲ୍ଲୀ: ୨୦୨୦ ଦିଲ୍ଲୀ ଦଙ୍ଗା ସମୟରେ ଆଇବି ଅଧିକାରୀ ଅଙ୍କିତ ଶର୍ମାଙ୍କ ହତ୍ୟା ପାଇଁ କଡକଡଡୁମା କୋର୍ଟ ପୂର୍ବତନ କାଉନସିଲର ତାହିର ହୁସେନଙ୍କ ସମେତ ପାଞ୍ଚ ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଜି ଦଣ୍ଡ ଘୋଷଣା କରିବା ପୂର୍ବରୁ ବିଚାରପତି କହିଥିଲେ ଯେ, ଏହା ଏକ ଅତ୍ୟନ୍ତ ଗମ୍ଭୀର ଘଟଣା। ଅଙ୍କିତ ଶର୍ମାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ତାଙ୍କ ଶରୀରକୁ ପଶୁ ପରି ଛାଡ଼ି ଦିଆଯାଇଥିଲା। କୋର୍ଟ କହିଛନ୍ତି ଯେ, ଏହି ଘଟଣା ସମାଜକୁ ଆଘାତ ଦେଇଥିଲା। ସମଗ୍ର ଘଟଣାଟି ଯେଉଁ ଢଙ୍ଗରେ ପ୍ରକାଶ ପାଇଛି ତାହା ସମାଜକୁ ପ୍ରତିଫଳିତ କରିବାକୁ ବାଧ୍ୟ କରିଛି। କୋର୍ଟ କହିଛନ୍ତି ଯେ, ଅପରାଧ କରିବା ପାଇଁ ବ୍ୟବହୃତ ପଦ୍ଧତି ଅତ୍ୟନ୍ତ ନିଷ୍ଠୁର ଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button