ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ପାଇଲଟ୍ ଗାଡ଼ି ସହ ପଛ ଗାଡ଼ିର ଧକ୍କା

ଭୁବନେଶ୍ବର: ଏକ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ। ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦୁଝର ଦେଇ ମୟୂରଭଞ୍ଜ ଯାଉଥିବା ସମୟରେ ୪୯ ନମ୍ବର ଜାତୀୟ ରାଜପଥର ଜଗମୋହନପୁର ନିକଟରେ ଏହି ଦୁର୍ଘଟଣା ଘଟିଛି। ସୂଚନା ଅନୁସାରେ, ମନ୍ତ୍ରୀଙ୍କ କାର୍‌ ଆଗରେ ଯାଉଥିବା ପାଇଲଟ୍ ଗାଡ଼ିଟି ହଠାତ୍ ବ୍ରେକ୍ ମାରିବାରୁ ପଛରେ ଥିବା ଗାଡ଼ିଗୁଡ଼ିକ ପରସ୍ପର ସହ ଧକ୍କା ହୋଇଥିଲେ। ତେବେ ଏହି ଦୁର୍ଘଟଣାରେ ମନ୍ତ୍ରୀ ସମ୍ପୂର୍ଣ୍ଣ ସୁରକ୍ଷିତ ଥିବା ଜଣାପଡ଼ିଛି। ଦୁର୍ଘଟଣା ପରେ ସ୍ୱାସ୍ଥ୍ୟମନ୍ତ୍ରୀ ଅନ୍ୟ ଏକ ଗାଡ଼ି ସାହାଯ୍ୟରେ ମୟୂରଭଞ୍ଜ ଅଭିମୁଖେ ଯାତ୍ରା କରିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button