ଜୁନ୍ ୨୧ NEET-UG ପୁନଃପରୀକ୍ଷାକୁ ତ୍ରୁଟିମୁକ୍ତ କରିବା ସରକାରଙ୍କ ଲକ୍ଷ୍ୟ: ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ: NEET-UG ପରୀକ୍ଷା ପରିଚାଳନାରେ ଅନିୟମିତତା ସାମ୍ନାକୁ ଆସିବା ପରେ ସରକାରଙ୍କୁ “କଠୋର ନିଷ୍ପତ୍ତି” ନେବାକୁ ପଡ଼ିଛି ବୋଲି ଶୁକ୍ରବାର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। “ପରୀକ୍ଷା ମାଫିଆ”ଙ୍କ ଯୋଗୁଁ ଜଣେ ବି ଯୋଗ୍ୟ ଛାତ୍ରଛାତ୍ରୀ ଯେପରି ନିଜର ପ୍ରାପ୍ୟ ଆସନରୁ ବଞ୍ଚିତ ନ ହେବେ, ସେଥିପ୍ରତି କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ସଚେତନ ଅଛନ୍ତି ବୋଲି ସେ ଦୃଢ଼ତାର ସହ ପ୍ରକାଶ କରିଛନ୍ତି। ଏଥିସହ ଜୁନ୍ ୨୧ ତାରିଖରେ ହେବାକୁ ଥିବା ପୁନଃପରୀକ୍ଷାକୁ “୧୦୦ ପ୍ରତିଶତ ତ୍ରୁଟିମୁକ୍ତ” କରିବା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି। ‘ଜାଗରଣ ଭାରତ ଶିକ୍ଷା ସମ୍ମିଳନୀ ୨୦୨୬’କୁ ସମ୍ବୋଧିତ କରି କେନ୍ଦ୍ର ଶିକ୍ଷା ମନ୍ତ୍ରୀ କହିଛନ୍ତି ଯେ, ଏହି ମେଡିକାଲ ପ୍ରବେଶିକା ପରୀକ୍ଷାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଯୋଗୁଁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ମାନସିକ ଦୁଶ୍ଚିନ୍ତା ଦେଇ ଗତି କରିଛନ୍ତି ଏବଂ ସରକାର ଏହି ସମଗ୍ର ବ୍ୟବସ୍ଥାରେ ସୁଧାର ଆଣିବା ପାଇଁ ସଂକଳ୍ପବଦ୍ଧ। ଧର୍ମେନ୍ଦ୍ର ପ୍ରଧାନ ଆହୁରି ମଧ୍ୟ କହିଛନ୍ତି, “ବାଇଶ ଲକ୍ଷ ପିଲା ପ୍ରବଳ ମାନସିକ ଯନ୍ତ୍ରଣା ଭୋଗିଛନ୍ତି। ସେମାନଙ୍କ ଦୁଃଖକୁ ବୁଝି ଓ ଏହାର ଦାୟିତ୍ୱ ନେଇ ମୁଁ ଆଜି କହୁଛି ଯେ, ଆମକୁ କିଛି କଠୋର ନିଷ୍ପତ୍ତି ନେବାକୁ ପଡ଼ିଲା।”

Related Articles

Leave a Reply

Your email address will not be published. Required fields are marked *

Back to top button