ଦୀପାବଳୀ ଓ ଛଠ ପୂଜା ପୂର୍ବରୁ ୭ ଗୁଣ ବଢ଼ିଲା ଫ୍ଲାଇଟ୍ ଟିକେଟ୍ ଦର

ନୂଆଦିଲ୍ଲୀ: ଆସନ୍ତା ନଭେମ୍ବର ମାସରେ ଦୀପାବଳୀ ଓ ଛଠ ପର୍ବ ପଡ଼ୁଥିବାରୁ ଗାଁ ଓ ଘରମୁହାଁ ଲୋକଙ୍କ ସମସ୍ୟା ବୃଦ୍ଧି ପାଇବାରେ ଲାଗିଛି। ପାର୍ବଣ ସମୟରେ ନିଜ ନିଜ ଘରକୁ ଫେରିବା ପାଇଁ ଟ୍ରେନ୍‌ରେ କୌଣସି ଟିକେଟ୍ ମିଳୁନଥିବା ବେଳେ ବସ୍‌ଗୁଡ଼ିକ ମଧ୍ୟ ସମ୍ପୂର୍ଣ୍ଣ ଆଗୁଆ ବୁକିଂ ହୋଇସାରିଛି। ସାଧାରଣ ଯାତ୍ରୀ ଶେଷ ବିକଳ୍ପ ଭାବେ ବିମାନ ସେବାର ସାହାରା ନେବାକୁ ଚେଷ୍ଟା କରୁଥିବା ବେଳେ ଏବେ ଫ୍ଲାଇଟ୍ ଭଡ଼ା ଆକାଶଛୁଆଁ ହୋଇଛି। ବିମାନସେବା ଯୋଗାଉଥିବା ସଂସ୍ଥାଗୁଡ଼ିକ ପାର୍ବଣ ଋତୁର ସୁଯୋଗ ନେଇ ଭଡ଼ାରେ ଅତ୍ୟାଧିକ ବୃଦ୍ଧି କରିଛନ୍ତି। ସାଧାରଣ ଦିନଗୁଡ଼ିକରେ ଦିଲ୍ଲୀରୁ କୋଲକାତା ରୁଟ୍‌ର ବିମାନ ଭଡ଼ା ପ୍ରାୟ ୧୦ରୁ ୧୧ ହଜାର ଟଙ୍କା ରହୁଥିବା ବେଳେ ନଭେମ୍ବର ୬ ତାରିଖ ଯାତ୍ରା ପାଇଁ ଏହା ୭୮,୬୯୪ ଟଙ୍କାରେ ପହଞ୍ଚିଛି। ଅର୍ଥାତ୍ ସାଧାରଣ ଦର ତୁଳନାରେ ଏହା ପ୍ରାୟ ୭ ଗୁଣା ପର୍ଯ୍ୟନ୍ତ ବୃଦ୍ଧି ପାଇଛି, ଯାହା ଯାତ୍ରୀଙ୍କ ପକେଟ୍‌ ଉପରେ ଚରମ ଆର୍ଥିକ ବୋଝ ପକାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button