ବାରାଣସୀରେ ପଞ୍ଚମ ‘କାଶୀ ତାମିଲ ସଙ୍ଗମମ୍’ ଉଦ୍‌ଘାଟିତ

ନୂଆଦିଲ୍ଲୀ: ଭାରତର ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଉତ୍ତରପ୍ରଦେଶର ବାରାଣସୀଠାରେ କାଶୀ ତାମିଲ ସଙ୍ଗମମ୍‌ର ପଞ୍ଚମ ସଂସ୍କରଣ (କେଟିଏସ୍‌ ୫.୦) ଉଦ୍‌ଘାଟନ କରିଛନ୍ତି। ଏହି ଅବସରରେ ସେ ୧୦ଟି ବିଦେଶୀ ଭାଷା ସମେତ ମୋଟ ୫୦ଟି ଭାଷାରେ ‘ତିରୁକ୍କୁରଳ’ର ଅନୁବାଦିତ ସଂସ୍କରଣ ଉନ୍ମୋଚନ କରିଛନ୍ତି।ସମାବେଶକୁ ସମ୍ବୋଧିତ କରି ଉପରାଷ୍ଟ୍ରପତି କହିଛନ୍ତି ଯେ, କାଶୀ ଓ ତାମିଲନାଡୁ ମଧ୍ୟରେ ହଜାର ହଜାର ବର୍ଷର ପ୍ରାଚୀନ ସଭ୍ୟତା, ସଂସ୍କୃତି ଓ ଆଧ୍ୟାତ୍ମିକ ସମ୍ପର୍କ ରହିଆସିଛି। କାଶୀକୁ ବିଶ୍ୱର ଆଧ୍ୟାତ୍ମିକ ରାଜଧାନୀ ଭାବେ ଅଭିହିତ କରି ସେ କହିଛନ୍ତି ଯେ, ତାମିଲବାସୀଙ୍କ ହୃଦୟରେ ଏହି ସହରର ସ୍ୱତନ୍ତ୍ର ସ୍ଥାନ ରହିଛି ଏବଂ କାଶୀ ଯାତ୍ରା ସହ ବାବା ବିଶ୍ୱନାଥଙ୍କ ଦର୍ଶନ ସେମାନଙ୍କ ପାଇଁ ଏକ ମହତ୍ତ୍ୱପୂର୍ଣ୍ଣ ଆଧ୍ୟାତ୍ମିକ ଆକାଂକ୍ଷା। ଭାଷା, ଅଞ୍ଚଳ ଓ ସଂସ୍କୃତିର ବିବିଧତା ସତ୍ତ୍ୱେ ଏକ ସାଧାରଣ ସଭ୍ୟତାଗତ ଓ ଆଧ୍ୟାତ୍ମିକ ଭାବଧାରା ଦେଶକୁ ସର୍ବଦା ଏକତାର ସୂତ୍ରରେ ବାନ୍ଧି ରଖିଛି ବୋଲି ଉପରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱରେ କାଶୀ ତାମିଲ ସଙ୍ଗମମ୍‌ର ଶୁଭାରମ୍ଭ ପଛରେ ଏହି ଐତିହାସିକ ସମ୍ପର୍କର ପ୍ରେରଣା ରହିଥିଲା। ଏହି ପଦକ୍ଷେପ କେବଳ ଏକ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇ ନ ରହି ଏକ ଗୁରୁତ୍ୱପୂର୍ଣ୍ଣ ଜାତୀୟ ଆନ୍ଦୋଳନର ରୂପ ନେଇଛି। ଏହା ତାମିଲନାଡୁ ଓ କାଶୀ ମଧ୍ୟରେ ଥିବା ଐତିହାସିକ ସମ୍ପର୍କକୁ ପୁନର୍ଜୀବିତ କରିବା ସହ ‘ଏକ ଭାରତ, ଶ୍ରେଷ୍ଠ ଭାରତ’ର ଭାବନାକୁ ଆହୁରି ସୁଦୃଢ଼ କରୁଛି ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button