ଇଭିଏମ୍ ଟ୍ୟାମ୍ପରିଂ ଅଭିଯୋଗ: ପ୍ରମାଣ ମିଳିଲେ ହେବ ପୁନଃ ମତଦାନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ବେଳେ ବିଭିନ୍ନ ସ୍ଥାନରୁ ଇଭିଏମ୍ (EVM) ଟ୍ୟାମ୍ପରିଂ ନେଇ ସଂଗୀନ ଅଭିଯୋଗ ଆସିଛି। ଇଭିଏମ୍‌ ମେସିନରେ କଳା କିମ୍ବା ଧଳା ଟେପ୍ ଲଗାଯାଇଥିବା ଖବର ସାମ୍ନାକୁ ଆସିବା ପରେ ନିର୍ବାଚନ କମିଶନ କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବିଶେଷ କରି ବୁଥ୍ ନମ୍ବର ୧୪୪ ଏବଂ ୧୮୯ରେ ଭାରତୀୟ ଜନତା ପାର୍ଟିର ଚିହ୍ନ ପାଖରେ ଧଳା ଟେପ୍ ଲଗାଯାଇଥିବା ନେଇ ବିଜେପି ନେତାମାନେ ଅଭିଯୋଗ କରିଛନ୍ତି। ଏ ସମ୍ପର୍କିତ ଏକ ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଭାଇରାଲ୍ ହେବା ପରେ ରାଜନୈତିକ ମହଲରେ ତତ୍ପରତା ପ୍ରକାଶ ପାଇଛି। ସମ୍ପୃକ୍ତ ବୁଥ୍‌ଗୁଡ଼ିକରେ ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିବା ଦର୍ଶାଇ ବିଜେପି ପକ୍ଷରୁ ପୁନଃ ମତଦାନ ପାଇଁ ଦାବି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button