ଭିଜିଲାନ୍ସ ଜାଲରେ ଡିଏଚ୍ଏଚ୍ ସେକ୍ସନ ଅଫିସର: ଲାଞ୍ଚ ନେଉଥିବା ବେଳେ ଗିରଫ

ଭୁବନେଶ୍ବର : ଲାଞ୍ଚ ନେବା ଅଭିଯୋଗରେ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ (DHH) ର ସେକ୍ସନ ଅଫିସର ଅନିତ୍ କୁମାର ଗୁରୁଙ୍କୁ ଗିରଫ କରିଛି ଓଡ଼ିଶା ଭିଜିଲାନ୍ସ। ଜଣେ ଜିଏନ୍ଏମ୍ ତାଲିମ ବିଦ୍ୟାଳୟର ଶିକ୍ଷକଙ୍କଠାରୁ ୨,୫୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡ଼ି ବସିଥିଲା। ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଜିଏନ୍ଏମ୍ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ପିଏଚ୍ସି ଓ ସିଏଚ୍ସି ସ୍ତରରେ ବ୍ୟବହାରିକ ତାଲିମ ପାଇଁ ଅନୁମତି ଦେବା ନିମନ୍ତେ ଆବେଦନ ପ୍ରକ୍ରିୟା ଚାଲିଥିଲା। ଏହି କାର୍ଯ୍ୟକୁ କରାଇଦେବା ପାଇଁ ଶ୍ରୀ ଗୁରୁ ସମ୍ପୃକ୍ତ ନର୍ସିଂ ସ୍କୁଲର ଜଣେ ଶିକ୍ଷକଙ୍କୁ ଲାଞ୍ଚ ଦାବି କରିଥିଲେ। ଅଭିଯୋଗ ଅନୁଯାୟୀ, ଅନିତ୍ କୁମାର ଗୁରୁ ଜିଲ୍ଲାର ବିଭିନ୍ନ ନର୍ସିଂ ସ୍କୁଲଗୁଡ଼ିକୁ ବିଭିନ୍ନ ବାହାନାରେ ବାରମ୍ବାର ହଇରାଣ କରୁଥିଲେ। ଆଜି ସେକ୍ସନ ଅଫିସର ଜଣକ ଲାଞ୍ଚ ଟଙ୍କା ଗ୍ରହଣ କରୁଥିବା ସମୟରେ ପୂର୍ବ ପ୍ରସ୍ତୁତି ଅନୁଯାୟୀ ଭିଜିଲାନ୍ସ ବିଭାଗ ତାଙ୍କୁ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲା। ଏହି ଘଟଣା ପରେ ଝାରସୁଗୁଡ଼ା ସିଡିଏମ୍ଓ (CDMO) କାର୍ଯ୍ୟାଳୟରେ ଚାଞ୍ଚଲ୍ୟ ଖେଳିଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button