ରାଜ୍ୟସଭା ନିର୍ବାଚନ ପାଇଁ ବିଜେପିରୁ ନାମାଙ୍କନ ଭରିଲେ ଦେବାଶିଷ ସାମନ୍ତରାୟ

ଭୁବନେଶ୍ବର: ଆଜି ବିଧାନସଭାରେ ରାଜ୍ୟସଭା ନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଦେବାଶିଷ ସାମନ୍ତରାୟ। ଆଜି ପୂର୍ବାହ୍ନରେ ସେ ବିଜେପି ଅଫିସରୁ ବାହାରି ବିଧାନସଭା ଯାଇ ସେଠାରେ ନାମାଙ୍କନ ଦାଖଲ କରିଛନ୍ତି।  ତାଙ୍କ ସହିତ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ, ମନ୍ତ୍ରିମଣ୍ଡଳର ସଦସ୍ୟଗଣ ଏବଂ ବିଧାୟକଗଣ ପ୍ରମୁଖ ଉପସ୍ଥିତ ଥିଲେ। ଦେବାଶିଷ ବିଜେଡିରୁ ଇସ୍ତଫା ଦେବା ସହିତ ସାଂସଦ ପଦରୁ ମଧ୍ୟ ଇସ୍ତଫା ଦେଇଥିଲେ। ଏହାପରେ ସେ ବିଜେପିରେ ସାମିଲ ହୋଇଥିଲେ। ତାଙ୍କୁ ବିଜେପି ତରଫରୁ ପୁଣି ଟିକେଟ ମିଳିବ ବୋଲି ଜଣାପଡିଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button