ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ମାମଲା ରୁଜୁ

ନୂଆଦିଲ୍ଲୀ: ସରକାରୀ ବିଦ୍ୟାଳୟରେ ବିନା ଅନୁମତିରେ ପ୍ରବେଶ, ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ଏବଂ ଶିକ୍ଷକଙ୍କୁ ଧମକ ଦେବା ଅଭିଯୋଗରେ ‘କକ୍ରୋଚ୍‌ ଜନତା ପାର୍ଟି’ (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ମହାରାଷ୍ଟ୍ର ଲାଥୁର ଅନ୍ତର୍ଗତ ଅଉସା ଥାନାରେ ଜିଲ୍ଲା ପରିଷଦ ଉର୍ଦୁ ସ୍କୁଲର ଜଣେ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ପୁଲିସ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।  ସିଜେପି ତରଫରୁ ଆରମ୍ଭ ହୋଇଥିବା ‘ସ୍କୁଲ୍‌ ଠିକ୍‌ କରୋ’ ଅଭିଯାନ ଅନ୍ତର୍ଗତ ଅଭିଜିତ୍‌ ଓ ତାଙ୍କ ସହଯୋଗୀମାନେ ମୁମ୍ବଇଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ଜୱାଲିସ୍ଥିତ ଜିଲ୍ଲା ପରିଷଦ ଉର୍ଦୁ ସ୍କୁଲରେ ପହଞ୍ଚିଥିଲେ। ସେମାନେ ବିନା ଅନୁମତିରେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରି ଛାତ୍ରଛାତ୍ରୀଙ୍କ ଗହଣରେ ବସିବା ସହ ଶିକ୍ଷକଙ୍କୁ ଅସୁବିଧାଜନକ ପ୍ରଶ୍ନ ପଚାରିଥିଲେ। ଏହାସହ ପାଠପଢ଼ାରେ ହସ୍ତକ୍ଷେପ କରିବା ଏବଂ ଶିକ୍ଷକଙ୍କୁ ନିଲମ୍ବିତ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୧୩୨, ୩୨୯(୩), ୩୫୧(୨) ଓ ୩୫୬(୨) ଅନୁଯାୟୀ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button