୭୦ ୟୁନିଟ୍ ରକ୍ତ ସଂଗ୍ରହ

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ କୋଇଲପୁର ପଞ୍ଚାୟତ ଘରଭଞ୍ଜା କୋହ୍ଲା ଗ୍ରାମରେ ଥିବା ନରେନ୍ଦ୍ର ମଞ୍ଜରୀ ଗୁଞ୍ଜରୀ ବିଦ୍ୟାପୀଠରେ ରାଜକନିକା ବ୍ଲକର ସ୍ୱେଚ୍ଛାସେବୀ ସଂଗଠନ ଟିମ୍ ହ୍ୟୁମାନିଟି ଶାଖା ତରଫରୁ ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏଥିରେ କନିକା ତହସିଲଦାର ପ୍ରେମାନନ୍ଦ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ରକ୍ତଦାନ ଶିବିରକୁ ଉଦଘାଟନ କରିଥିଲେ। ଏଥିରେ ମୋଟ ୭୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ରାଜକନିକା ବ୍ଲକର ୧୮ବର୍ଷରୁ ଊର୍ଦ୍ଧ୍ବ ବୟସ୍କ ଓ ବୟସ୍କାମାନେ  ରକ୍ତଦାନ କରିଥିଲେ। ଟିମ୍ ହ୍ୟୁମାନିଟି ରାଜକନିକା ଶାଖାର ସମସ୍ତ ସଭ୍ୟ ଓ ସଭ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ। କାର୍ଯ୍ୟକ୍ରମ ସକାଳ ପ୍ରାୟ ୮ଟାରୁ ଆରମ୍ଭ ହୋଇ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଚାଲିଥିଲା।

Related Articles

Leave a Reply

Your email address will not be published.

Back to top button