ବ୍ୟାପକ ଦୁର୍ନୀତି ପ୍ରତିବାଦରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ

କେନ୍ଦ୍ରାପଡା / ରାଜକନିକା : ବ୍ୟାପକ ଦୁର୍ନୀତି ପ୍ରତିବାଦରେ କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ପ୍ରତିବାଦ ଓ ବିକ୍ଷୋଭ କରାଯାଇଥିଲା | କେନ୍ଦ୍ରାପଡା ବ୍ଲକ ସହ ମହାକାଳପଡା, ମାର୍ଶାଘାଇ, ଗରଦପୁର, ଡେରାବିସ, ,ରାଜନଗର, ପଟ୍ଟାମୁଣ୍ଡାଇ, ଆଳି ଓ ରାଜକନିକା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାଜପା ପକ୍ଷରୁ ଘେରାଉ କରାଯାଇଥିଲା |

କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି | ଯଥା ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ରେସନ୍ କାର୍ଡ୍, ବାର୍ଦ୍ଧକ୍ୟ ଭତ୍ତା, ବିଧବା ଭତ୍ତା, ଭିନ୍ନକ୍ଷମ ଭତ୍ତା ଇତ୍ୟାଦିକୁ ଲୁଟି ଖାଇ ଚାଲିଛନ୍ତି | କେନ୍ଦ୍ରାପଡା ଜିଲ୍ଲାର ସମସ୍ତ ବ୍ଲକ ସମ୍ମୁଖରେ ଭାଜପା ପକ୍ଷରୁ ସମସ୍ତ ବିଧାୟକଙ୍କ ସହିତ ଶତାଧିକ ଦଳୀୟ କର୍ମୀ ବିକ୍ଷୋଭ ପ୍ରଦର୍ଶନ କରିଥିଲେ |

ରାଜକନିକା ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଆଳି ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ଦୋଳଗୋବିନ୍ଦ ନାୟକଙ୍କ ସହ ବାଦଲ କୁମାର ନନ୍ଦ, ଶଶାଙ୍କ ଶେଖର ସେଠୀ, ରାଜେନ୍ଦ୍ର ବେହେରା, ନିହାର ରଂଜନ ସ୍ୱାଇଁ, ନିହାର ରଂଜନ ନାୟକ, ଆଶିଷ କୁମାର ନାୟକ, ଶ୍ରେୟସ ଦାସ, ଜଗନ୍ନାଥ ଦାସ, ମନୋରଞ୍ଜନ ସେନାପତି, ବେଣୁଧର ପରିଡା, ସତ୍ୟ ରଂଜନ ନାୟକ, କେନ୍ଦ୍ରାପଡା ଜିଲ୍ଲାର ଭାଜପା ସଭାପତି ପ୍ରିୟଦର୍ଶନୀ ନନ୍ଦ, ଜିତା ଦାସ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ | ରାଜକନିକା ବ୍ଲକର ବିଡିଓ ଅଶୋକ କୁମାର ମହାନ୍ତିଙ୍କୁ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି | ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ହୋଇଥିବା ପ୍ରତିବାଦ ସ୍ଥାନରେ ରାଜକନିକା ଥାନାର ଆଇଆଇସି ଉମାକାନ୍ତ ନାୟକଙ୍କ ସହିତ ସମସ୍ତ ପୋଲିସ କର୍ମଚାରୀମାନେ ଉପସ୍ଥିତ ରହିଥିଲେ | ବିକ୍ଷୋଭକୁ ଶାନ୍ତି ଶୃଙ୍ଖଳାର ସହ ସମାପନ କରିଥିଲେ ଭାରତୀୟ ଜନତା ପାର୍ଟି |

Related Articles

Leave a Reply

Your email address will not be published.

Back to top button