ତାମିଲନାଡୁରେ ‘ବିଜୟ’ ଯୁଗର ଆରମ୍ଭ: ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ଥଲାପତି

ନୂଆଦିଲ୍ଲୀ: ତାମିଲନାଡୁ ରାଜନୀତିରେ ଆଜିଠାରୁ ଏକ ନୂତନ ଅଧ୍ୟାୟର ଆରମ୍ଭ ହୋଇଛି। ଦକ୍ଷିଣ ଭାରତୀୟ ସିନେମାର ସୁପରଷ୍ଟାରରୁ ଜନନେତା ସାଜିଥିବା ‘ଥଲାପତି’ ବିଜୟ ଆଜି ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଚେନ୍ନାଇର ନେହରୁ ଷ୍ଟାଡିୟମରେ ଆୟୋଜିତ ଏକ ଭବ୍ୟ ସମାରୋହରେ ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଅର୍ଲେକର ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଟିଭିକେ (TVK) ମୁଖ୍ୟ ବିଜୟଙ୍କ ସମେତ ଦଳର ଅନ୍ୟ ୯ ଜଣ ବିଧାୟକ ମଧ୍ୟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଏହି ଐତିହାସିକ ମୁହୂର୍ତ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମେତ ଦେଶର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଓ ହଜାର ହଜାର ସମର୍ଥକ ଉପସ୍ଥିତ ଥିଲେ। ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର କିଛି ସମୟ ମଧ୍ୟରେ ବିଜୟ ରାଜ୍ୟବାସୀଙ୍କ ପାଇଁ ୩ଟି ବଡ଼ ଘୋଷଣା କରିଛନ୍ତି। ସେଥିମଧ୍ୟରୁ ମଧ୍ୟବିତ୍ତ ଓ ସାଧାରଣ ବର୍ଗଙ୍କୁ ଆଶ୍ୱସ୍ତି ଦେଇ ମାସିକ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଜୁଳି ଯୋଗାଇ ଦେବାକୁ ସେ ପ୍ରତିଶ୍ରୁତି ବଦ୍ଧ ହୋଇଛନ୍ତି। ବିଜୟଙ୍କ ଏହି ଜନକଲ୍ୟାଣକାରୀ ପଦକ୍ଷେପ ରାଜ୍ୟ ରାଜନୀତିରେ ଏକ ନୂଆ ସମୀକରଣ ସୃଷ୍ଟି କରିବ ବୋଲି ଚର୍ଚ୍ଚା ହେଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button