ପୋଲିସ ମାଡ଼ରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ: ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ସୁଶାନ୍ତ

ଭୁବନେଶ୍ବର: କବିସୂର୍ଯ୍ୟନଗର ଥାନା ପୋଲିସ ହେପାଜତରେ ଜଣେ ଯୁବକଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ନେଇ ସଙ୍ଗିନ ଅଭିଯୋଗ ହୋଇଛି। ବ୍ରହ୍ମପୁର ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତ ଯୁବକଜଣକ ହେଲେ ଶୁବୁଲିଆ ଗ୍ରାମର ସୁଶାନ୍ତ ସାହୁ (୩୨)। ସୂଚନା ଅନୁଯାୟୀ, ଗତ ୨୫ ତାରିଖରେ ଏକ ପଥର ବ୍ଲାଷ୍ଟିଂ ମାମଲାରେ ପୋଲିସ ସୁଶାନ୍ତଙ୍କୁ ଥାନାକୁ ଆଣିଥିଲା। ଗତକାଲି ପୋଲିସ ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା। ଆଜି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ପୋଲିସର ନିର୍ଦ୍ଦୟ ମାଡ଼ ଯୋଗୁଁ ହିଁ ସୁଶାନ୍ତଙ୍କ ଜୀବନ ଯାଇଛି ବୋଲି ପରିବାର ପକ୍ଷରୁ ସିଧାସଳଖ ଅଭିଯୋଗ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ, ସାମ୍ପ୍ରତିକ ସମୟରେ ବାରଙ୍ଗ ଥାନାରେ ‘ଥାର୍ଡ ଡିଗ୍ରୀ’ ପ୍ରୟୋଗ ଏବଂ ସୌମ୍ୟ ରଞ୍ଜନ ହତ୍ୟାକାଣ୍ଡରେ ପୋଲିସର ସନ୍ଦେହଜନକ ଭୂମିକାକୁ ନେଇ ରାଜ୍ୟବ୍ୟାପୀ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ରାଜ୍ୟରେ ଆଇନଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ, ପୋଲିସ ହେପାଜତରେ ମୃତ୍ୟୁ ଭଳି ଏହି ସମ୍ବେଦନଶୀଳ ଘଟଣା ପୋଲିସ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରକୁ ପୁଣି ଥରେ ଆଙ୍ଗୁଳି ନିର୍ଦ୍ଦେଶ କରିଛି।

Related Articles

Leave a Reply

Your email address will not be published. Required fields are marked *

Back to top button