୩ ପୋଲିସ କର୍ମଚାରୀଙ୍କୁ ମରଣାତ୍ମକ ଆକ୍ରମଣ, ୫ ଗିରଫ

ଭୁବନେଶ୍ବର: ରାଜ୍ୟର ପୁଲିସ ମୁଖ୍ୟାଳୟ ଥିବା ସହର ‘କଟକ’ରେ ସୁରକ୍ଷା ଦେଉଥିବା ପୁଲିସ କର୍ମଚାରୀମାନେ ଅସୁରକ୍ଷିତ ହୋଇ ପଡ଼ିଛନ୍ତି। ସ୍ଥାନୀୟ ଷଷ୍ଠ ବାଟାଲିୟନ ପରିସରରେ ପୁଲିସ ଉପରେ ପ୍ରାଣାନ୍ତକ ଆକ୍ରମଣ ହୋଇଛି। ଆକ୍ରମଣରେ ୪ଜଣ ପୁଲିସ କର୍ମଚାରୀ ଲହୁ ଲୁହାଣ ହୋଇଛନ୍ତି। ପୁଲିସ କ୍ୟାମ୍ପସ ଭିତରେ ପୁଲିସ କର୍ମଚାରୀଙ୍କୁ ନିସ୍ତୁକ ମାଡ଼ ମରାଯାଇଛି। ପ୍ରେମୀଯୁଗଳଙ୍କୁ ବାରଣ କରିବାକୁ ନେଇ ଚାଉଳିଆଗଞ୍ଜ ଥାନା ଅନ୍ତର୍ଗତ ଷଷ୍ଠ ବାଟାଲିୟନ ପରିସରରେ ଏହି ତୁମୁଳକାଣ୍ଡ ହୋଇଛି। ପ୍ରଥମେ ପ୍ରେମୀଯୁଗଳଙ୍କ ସହ ହାତାହାତୀ ଏବଂ ତାପରେ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ପ୍ରେମିକ ପ୍ରଶାନ୍ତ ପାତ୍ର ନିଜର ବାନ୍ଧବୀଙ୍କୁ ନେଇ ବାଟାଲିୟନର ବସିଥିବା ବେଳେ ବାରଣ କରିବାରୁ ଏହି କାଣ୍ଡ ଘଟିଛି। ପ୍ରଶାନ୍ତ ତାର ଅନ୍ୟ ସହଯୋଗୀଙ୍କୁ ଡାକି ଷଷ୍ଠ ବାଟାଲିୟନ ଭିତରେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଇଛି। ଏହି ଆକ୍ରଣମଣରେ ୪ଜଣ ପୁଲିସ କର୍ମଚାରୀଙ୍କ ମୁଣ୍ଡ ଫାଟିଛି। ଗୁରୁତର ପୁଲିସ କର୍ମଚାରୀମାନେ ହେଲେ ଶ୍ରୀକାନ୍ତ ଗମାଙ୍ଗ, ବିପନ୍ନ ଦାସ, ଡେପୁଟି ସୁବେଦାର ମାନସ ରଣ ସିଂ, ସିପାହୀ ପ୍ରଶାନ୍ତ ମୁଦୁଲି। ଏମାନଙ୍କୁ କଟକ ଏସସିବି ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ଏପଟେ ପୁଲିସ ଉପରେ ଆକ୍ରମଣ ପରେ କାର୍ଯ୍ୟାନୁଷ୍ଠାନ ନେଇଛି ପୁଲିସ। ଆଇଜି ସତୀଶ ଗଜଭିୟେ କହିଛନ୍ତି, ପୁଲିସକୁ ମାଡ଼ ମାରିବାକୁ ନେଇ ବରିଷ୍ଠ ପୁଲିସ ଅଧିକାରୀମାନେ ଗମ୍ଭୀରତା ସହ ନେଇଛନ୍ତି। ଅଭିଯୁକ୍ତମାନେ ଥାନାରେ ଥିବା ବେଳେ କଡା କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button