ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ, ରାଜସ୍ଥାନ ଏବଂ ଛତିଶଗଡରେ ପର୍ଯ୍ୟବେକ୍ଷକଙ୍କ ନାମ ବିଜେପି ଘୋଷଣା କରିଛି। ଏହି ପର୍ଯ୍ୟବେକ୍ଷକମାନେ ପ୍ରତ୍ୟେକ ରାଜ୍ୟରେ ବିଧାୟକଙ୍କ ସହ ଆଲୋଚନା କରିବେ ଏବଂ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବେ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କୁ ବିଜେପି ରାଜସ୍ଥାନର ପର୍ଯ୍ୟବେକ୍ଷକ କରିଛି। ବିନୋଦ ତାୱଡେ ଏବଂ ସରୋଜ ପାଣ୍ଡେଙ୍କୁ ତାଙ୍କ ସହକାରୀ ସର୍ବେକ୍ଷକ ଭାବରେ ପଠାଯାଇଛି। ମଧ୍ୟପ୍ରଦେଶକୁ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର, କେ ଲକ୍ଷ୍ମଣ ଏବଂ ଆଶା ଲକଡାଙ୍କୁ ପର୍ଯ୍ୟବେକ୍ଷକ ଭାବରେ ପଠାଯାଇଛି। ଛତିଶଗଡର ସିଏମ୍ ଚେହେରା ବାଛିବା ଦାୟିତ୍ଵ ବିଜେପି କେନ୍ଦ୍ର ମନ୍ତ୍ରୀ ସର୍ବାନନ୍ଦ ସୋନେୱାଲଙ୍କୁ ଦେଇଛନ୍ତି। ତାଙ୍କୁ ସାହାଯ୍ୟ କରିବା ପାଇଁ ଅର୍ଜୁନ ମୁଣ୍ଡାଙ୍କୁ ତାଙ୍କ ସହିତ ପଠାଯାଇଛି।