ଇଜିପ୍ଟରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଫ୍ରିକୀୟ ଦେଶ ଇଜିପ୍ଟରେ ପହଞ୍ଚିଛନ୍ତି। ତାଙ୍କର ଏହି ଗସ୍ତ ଦୁଇ ଦିନ ହେବ। ଇଜିପ୍ଟର ରାଜଧାନୀ କାହିରାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ମୁସ୍ତାଫା ମେଡବୋଲି ମୋଦୀଙ୍କୁ ସ୍ଵାଗତ କରିଥିଲେ। ଏହା ପରେ ତାଙ୍କୁ ବିମାନବନ୍ଦରରେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା।