ୟୁପିରେ ଅଭାବନୀୟ ଦୃଶ୍ୟ: ଟିକା ଭୟରେ ନଦୀକୁ ଡେଇଁଲେ ଗ୍ରାମବାସୀ

ଲକ୍ଷ୍ନୌ: ଦେଶରେ କୋଭିଡ୍ ଟିକାକରଣ ଜାରି ରହିଥିବା ବେଳେ ବର୍ତ୍ତମାନ ଏହାର ୩ୟ ପର୍ଯ୍ୟାୟରେ ହିତାଧିକାରୀମାନଙ୍କୁ ଟିକା ଦିଆଯାଉଛି। ତେବେ ଟିକା ନେବା ପାଇଁ ଅନେକ ସ୍ଥାନରେ ଲୋକମାନଙ୍କ ମଧ୍ୟରେ ଭୟଭାବ ରହିଥିବା ଦେଖାଯାଇଛି। ଅନେକ ଏହି ଟିକା ନେବା ଦ୍ବାରା ଲାଭ ପରିବର୍ତ୍ତେ କ୍ଷତି ହେବ ବୋଲି ଏକ ଭୁଲ୍ ଧାରଣା କ୍ରମଶଃ ବଢ଼ିଚାଲିଛି, ଯାହାର ଏକ ଜ୍ବଳନ୍ତ ଉଦାହରଣ ଉତ୍ତର ପ୍ରଦେଶର ବାରାବାଙ୍କୀ ଜିଲ୍ଲାରେ ଦେଖିବାକୁ ମିଳିଛି। ଗତ ଶନିବାର ଏକ ଗ୍ରାମର ଲୋକମାନଙ୍କୁ ଟିକା ଦିଆଯିବା ସକାଶେ କୁହାଯିବାରୁ ସେମାନେ ଭୟରେ ନିକଟସ୍ଥ ସରଜୁ ନଦୀକୁ ଡେଇଁପଡ଼ିବା ଭଳି ଅଭାବନୀୟ ଦୃଶ୍ୟ ପରିଲକ୍ଷିତ ହୋଇଛି। ଏନେଇ ରାମନଗର ତହସିଲର ସବଡିଭିଜନାଲ୍ ମାଜିଷ୍ଟ୍ରେଟ୍ ରାଜୀବ କୁମାର ଶୁକ୍ଳା କହିଛନ୍ତି। ଶୁକ୍ଳା ଏହି କୋଭିଡ୍ ଟିକାର ଗୁରୁତ୍ବ ଓ ସକାରାତ୍ମକ ଦିଗ ଉପରେ ମଧ୍ୟ ସଚେତନତା କରାଇବାକୁ ସକାଶେ ଉଦ୍ୟମ କରିଥିଲେ। କିନ୍ତୁ ଅଧିକାଂଶ ଗ୍ରାମବାସୀ ଶୁକ୍ଳାଙ୍କ ପରାମର୍ଶକୁ ଗ୍ରହଣ କରି ନ ଥିଲେ। ଫଳସ୍ବରୂପ ଉକ୍ତ ଗ୍ରାମର ମାତ୍ର ୧୪ ଜଣଙ୍କୁ ହିଁ ସ୍ବାସ୍ଥ୍ୟକର୍ମୀମାନେ ଟିକା ଦେବାକୁ ସକ୍ଷମ ହୋଇଥିଲେ। ତେବେ ସ୍ବାସ୍ଥ୍ୟକର୍ମୀମାନେ ସାଙ୍ଗରେ ଟିକା ନେଇଥିଲେ ହେଁ ତାହା ବିଷ ଇଞ୍ଜେକସନ୍ ବୋଲି ଗ୍ରାମବାସୀଙ୍କ ମଧ୍ୟରେ ଭୁଲ୍ ଧାରଣା ସୃଷ୍ଟି ହୋଇଥିଲା। ତେଣୁ ସେମାନେ ଭୟରେ ନଦୀକୁ ଡେଇଁପଡ଼ିଥିଲେ ବୋଲି କୁହାଯାଇଛି।

Related Articles

Leave a Reply

Your email address will not be published.

Back to top button