ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ କ୍ଷେତ୍ର

ନୂଆଦିଲ୍ଲୀ: ଦକ୍ଷିଣ ଆଣ୍ଡାମାନ ସାଗର ଓ ବଙ୍ଗୋପସାଗରରେ ଏକ ଅବପାତ ସକ୍ରିୟ ରହିଛି । ଆସନ୍ତା ୧୫ ତାରିଖ ମଧ୍ୟରେ ଏହା ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ଥିବା ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଡିସେମ୍ବର ୧୭ ସୁଦ୍ଧା ଏହା ତାମିଲନାଡୁ ଉପକୂଳର ପଶ୍ଚିମ-ଉତ୍ତରପଶ୍ଚିମ ଆଡକୁ ଗତି କରିବାର ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ୨୪ ଘଣ୍ଟା ମଧ୍ୟରେ ଏହା ତାମିଲନାଡୁ ଉପକୂଳ ଆଡକୁ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଏହି ପ୍ରଭାବ ଯୋଗୁଁ ସୋମବାର ତାମିଲନାଡୁ ଏବଂ ପୁଡୁଚେରୀରେ କେତେକ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।ଆଜି ଚେନ୍ନାଇ ସହର ଏବଂ ଉପକଣ୍ଠରେ କିଛି ଅଞ୍ଚଳରେ ଝଡ଼ତୋଫାନ ଏବଂ ବଜ୍ରପାତ ସହିତ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କିଛି ସ୍ଥାନରେ ଆକାଶ ମେଘାଚ୍ଛନ ରହିବ। ସର୍ବାଧିକ ତାପମାତ୍ରା ପ୍ରାୟ ୩୦-୩୧ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ପ୍ରାୟ ୨୪-୨୫ ଡିଗ୍ରୀ ସେଲସିୟସ୍ ହୋଇପାରେ। ଭାରତୀୟ ପାଣିପାଗ ବିଭାଗ ଡିସେମ୍ବର ୧୭ ତାରିଖରେ ଚେଙ୍ଗାଲପେଟ୍ ସମେତ ୧୦ ଟି ଉପକୂଳବର୍ତ୍ତୀ, ଡେଲ୍ଟା ଜିଲ୍ଲା ଏବଂ ଡିସେମ୍ବର ୧୮ ତାରିଖରେ ଚେଙ୍ଗାଲପେଟ୍ ଏବଂ କାଞ୍ଚିପୁରମ୍ ସମେତ ୧୨ ଟି ଜିଲ୍ଲାରେ ପ୍ରବଳ ବର୍ଷା ପାଇଁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରାଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button