ମାଗଣା ଟିକା ଘୋଷଣା କରୁ ରାଜ୍ୟ: ବିଜେପି

ଭୁବନେଶ୍ୱର: ରାଜ୍ୟ ସରକାର ମାଗଣା ଟିକା ଘୋଷଣା କରନ୍ତୁ ବୋଲି ରାଜ୍ୟ ବିଜେପି ପକ୍ଷରୁ ଦାବି ହୋଇଛି ।  ମାଗଣା ଟିକା ପ୍ରସଙ୍ଗରେ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ,  ୧୮ରୁ ୪୫ ବର୍ଷ ବ୍ୟକ୍ତି ବିଶେଷଙ୍କୁ ମାଗଣା ଟିକାକରଣ କରାଯାଉ  । ଏନେଇ ୨୪ ଘଣ୍ଟା ମଧ୍ୟରେ ସରକାର ଟିକା ମାଗଣା ଘୋଷଣା କରନ୍ତୁ ।  ଅନ୍ୟ କିଛି ରାଜ୍ୟ ମାଗଣା ଟିକା ବଣ୍ଟନ ଘୋଷଣା କରିସାରିଛନ୍ତି ।  ଖୋଲା ବଜାରରେ ଟିକା ମିଳିଲେ ଟିକା ତ୍ୱରାନ୍ୱିତ କରିବାକୁ ସରକାର କହିଥିଲେ ।  କେନ୍ଦ୍ର ସରକାର ତୁରନ୍ତ ଏନେଇ ନିଷ୍ପତ୍ତି ନେଲେ । ଏବେ ରାଜ୍ୟ ସରକାର ଶୀଘ୍ର ଜଣାନ୍ତୁ ।  ଟିକାକରଣ କରାଯିବା ନେଇ ରାଜ୍ୟ ସରକାର ଭିତ୍ତି ଭୂମି ସଜାଡ଼ନ୍ତୁ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ଅନ୍ୟପକ୍ଷରେ ଓଡ଼ିଶାରେ ତୃତୀୟ ପର୍ଯ୍ୟାୟ ଟିକାକରଣ ସମ୍ପକର୍କରେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇ କହିଥିଲେ ଯେ ତୃତୀୟ ପର୍ଯ୍ୟାୟ ଟିକାକରଣ ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ।  ଓଡ଼ିଶାରେ ୪୨% ୧୮ରୁ ୪୫ ବର୍ଷ ବୟସ୍କ ଲୋକ ଅଛନ୍ତି ।  ଟିକାକରଣ ପାଇଁ ଅଧିକ ସେସନ ସାଇଟ କରାଯିବ । ନୂଆ ଏସଓପି ଆସିବ ।  ଅନଲାଇନ ଓ ସ୍ପଷ୍ଟ ପଞ୍ଜିକରଣ କରାଯିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେବେ । ରାଜ୍ୟରେ ଗତକାଲି ୧ ଲକ୍ଷ ୨ ହଜାର ୪୦୭ ଟିକା ଦିଆଯାଇଛି  । ଆଜି ୭୫୦ଟି କେନ୍ଦ୍ରରେ ଟିକାକରଣ ଚାଲିଥିବା  ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button