ମାଓବାଦୀଙ୍କ ସହ ଗୁଳି ବିନିମୟରେ ୨୨ ଯବାନ ସହିଦ

ଛତିଶଗଡ଼: ଛତିଶଗଡ଼ ସୁକମାରେ ସୁରକ୍ଷାକର୍ମୀ-ମାଓବାଦୀଙ୍କ ମଧ୍ୟରେ ଗତକାଲି ସଂଗଠିତ ଗୁଳିବିନିମୟ ଘଟଣାରେ ଆଜି ଏକ ବଡ଼ ଖବର ସାମନାକୁ ଆସିଛି ।   ଗୁଳିବିନିମୟରେ ମୋଟ ୨୨ ଜଣ ଯବାନ ସହିଦ ହୋଇଥିବା ଜଣାଯାଇଛି ।  ୨୨ ଯବାନ ସହିଦ ନେଇ ବିଜାପୁର ଏସପି ସୂଚନା ଦେଇଛନ୍ତି ।  ସୂଚନା ମୁତାବକ, ବିଜାପୁର ତେରମ ଥାନା ଜୋନାଗୁଡା ଜଙ୍ଗଲରେ ମାଓବାଦୀ ଓ ସୁରକ୍ଷାକର୍ମୀ ମୁହାମୁହିଁ ହୋଇଥିଲେ । ଆଉ ଏହି ଘଟଣାରେ ୨୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଥିବା ବେଳେ ୩୦ଜଣ ଯବାନ ଆହତ ହୋଇଥିବା ବେଳେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଗତକାଲିର ନକ୍ସଲଙ୍କ ଆମ୍ବୁସ ପରଠାରୁ କିଛି ଯବାନ ନିଖୋଜ ରହିଛନ୍ତି । ସେମାନଙ୍କ ଠାବ କରିବାକୁ ବିଜାପୁରରେ ବଡ ଧରଣର ସର୍ଚ ଅପରେସନ୍ ଆରମ୍ଭ ହୋଇଛି । ଛତିଶଗଡରେ ନକ୍ସଲ ବିରୋଧି ଅଭିଯାନ ପାଇଁ ଗତକାଲି ବିଜାପୁର ଏବଂ ସୁକମା ଜିଲ୍ଲାର କେନ୍ଦିୀୟ ପୁଲିସ ବଳ, କୋବ୍ରା ବାଟାଲିଆନ, ଡ଼ିଆରଜି ଏବଂ ଏସଟିଏଫର ମିଳିତ ଟିମ୍ ଚଢଉ କରିଥିଲେ । ଏହି ସମୟରେ ନକ୍ସଲ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରସ୍ଥିତି ସୃଷ୍ଟି ହେବା ସହ ଗୁଳି ବିନିମୟ ହୋଇଥିଲା ।  ଶେଷ ଖବର ସୁଦ୍ଧା ୨୨ ଯବାନ ସହିଦ ହୋଇଥିବା ସୂଚନା ମିଳିଛି।

Related Articles

Leave a Reply

Your email address will not be published.

Back to top button