ବଢିଲା ଓଜେଇଇ ଆବେଦନ ଅବଧି

ଭୁବନେଶ୍ୱର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଓଜେଇଇ ଆବେଦନ ଅବଧିକୁ ବୃଦ୍ଧି କରାଯାଇଛି । ଆବେଦନ ଅବଧି ମେ’ ୧୫ ଯାଏଁ ଥିବାବେଳେ  ଏବେ ଜୁନ ୧୫ ଯାଏଁ ବୃଦ୍ଧି କରାଯାଇଛି ।  ତେବେ ଆବେଦନ ଅବଧି ବୃଦ୍ଧି କରାଯାଇଥିଲେ ହେଁ ପରୀକ୍ଷା ଘୁଞ୍ଚିବା ନେଇ କୌଣସି ସୂଚନା ନାହିଁ ।  ଜୁନ ୧୭ରୁ ୨୪ ତାରିଖ ଯାଏଁ ପରୀକ୍ଷା ପାଇଁ ପୂର୍ବରୁ ଦିନ ଧାର୍ଯ୍ୟ ହୋଇଛି । ପ୍ରକାଶ ଯେ, ରାଜ୍ୟରେ ଭୟଙ୍କର ହେଉଛି କରୋନା ସ୍ଥିତି ।  ବଢୁଛି କରୋନାର କାୟା ।  ସ୍ଥିତି ହେଉଛି ବେକାବୁ । ଓଡ଼ିଶାରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ  ଗୋଟିଏ ଜିଲ୍ଲାରେ ପ୍ରବେଶ କରିବା ସହ ଆତଙ୍କ ଖେଳାଇ ଚାଲିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି ।   କରୋନା ପାଇଁ  ପାଠ ପଢା ଉପରେ  ପ୍ରଭାବ ପଡ଼ିଛି । ସ୍କୁଲ, କଲେଜ ସବୁ ବନ୍ଦ ରହିଛି ।  ବିଭିନ୍ନ ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖାଯାଇଛି 

Related Articles

Leave a Reply

Your email address will not be published.

Back to top button