ପିପିଲି ଉପନିର୍ବାଚନ

ଆଜିଠାରୁ ନାମାଙ୍କନ ଦାଖଲ

ପିପିଲି: ବହୁ ପ୍ରତୀକ୍ଷିତ ପିପିଲି ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି ପାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜିଠାରୁ ନାମାଙ୍କନ ଦାଖଲ କରିପାରିବେ ପ୍ରାର୍ଥୀ। ମାର୍ଚ୍ଚ ୩୦ ତାରିଖ ନାମାଙ୍କନର ଶେଷ ଦିନ। ସେହିପରି ମାର୍ଚ୍ଚ ୩୧ ତାରିଖରେ ହେବ ନାମାଙ୍କନପତ୍ର ଯାଞ୍ଚ। ଏପ୍ରିଲ ୩ ରେ ନାମାଙ୍କନ ପ୍ରତ୍ୟାହାରର ଶେଷ ତାରିଖ। ତେବେ ଏପ୍ରିଲ ୧୭ରେ ପିପିଲି ଉପନିର୍ବାଚନ ହେବ। ସକାଳ ୭ଟାରୁ ସନ୍ଧ୍ୟା ୬ଟା ଯାଏଁ ଭୋଟ ଗ୍ରହଣ ହେବ। ପିପିଲି ନିମନ୍ତେ ୧.୧.୨୦୨୧କୁ ଯୋଗ୍ୟତା ତାରିଖ ଭାବେ ନେଇ ଚୂଡ଼ାନ୍ତ ଭୋଟର୍‌ ତାଲିକା ପ୍ରକାଶ ପାଇଛି । ମୋଟ୍‌ ୨,୨୯,୫୮୩ ଜଣ ଭୋଟର୍‌ ଏହି ତାଲିକାରେ ସ୍ଥାନ ପାଇଛନ୍ତି । ସେମାନଙ୍କ ମଧ୍ୟରୁ ୧,୧୯,୦୨୦ ଜଣ ପୁରୁଷ ଓ ୧,୨୦,୫୬୧ ଜଣ ମହିଳା । ମୋଟ୍‌ ୩୪୮ ବୁଥ୍‌ରେ ମତାଦାତାମାନେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିବେ । ସମସ୍ତ ବୁଥ୍‌ରେ ଇଭିଏମ୍‌ ଓ ଭିଭିପ୍ୟାଟ୍‌ ବ୍ୟବହାର ହେବ । ଭୋଟର୍‌ମାନେ ମତଦାନ ପ‌ାଇଁ ୧୧ଟି ବିକଳ୍ପ ପରିଚୟ ପତ୍ର ଦେଖାଇ ପାରିବେ ।

Related Articles

Leave a Reply

Your email address will not be published.

Back to top button