‘ସୁରକ୍ଷା’ ପକ୍ଷରୁ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ରବିବାର ଦିବା ୯ ଘଟିକା ସମୟରେ ରାଜଧାନୀର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ସୁରକ୍ଷା’ ତରଫରୁ ସ୍ଥାନୀୟ ଲୁମ୍ବିନୀ ବିହାର ପ୍ରୋଜେକ୍ଟ ୱାଟରଠାରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଅଛି। ଏହି ଜାତୀୟ ଉତ୍ସବରେ ‘ସୁରକ୍ଷା’ର ଉପଦେଷ୍ଟା ବରିଷ୍ଠ ସ୍ତମ୍ଭକାର ସୁଧାଂଶୁ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ଆଜିର ସବୁଠୁ ବଡ଼ ଆବଶ୍ୟକତା ବୋଲି କହିଥିଲେ । ପରେ ପରେ ସମ୍ମାନିତ ଅତିଥି ଭାବେ ବାସ୍ତବବାଦୀର ସମ୍ପାଦକ ଅମ୍ବିକା ପ୍ରସାଦ ପରିଡା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାରତବର୍ଷରେ ବିଛିନ୍ନତାବାଦୀ ଓ ଆତଙ୍କବାଦ ଏକ ବଡ ସମସ୍ୟା ରୂପେ ଉଭାହୋଇଛି । ଏହାକୁ ମୂଳତ୍ପାଟନ କରିବା ପାଇଁ ଆଜିର ଦିନରେ ସମସ୍ତେ ଶପଥ ନେବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ।
‘ସୁରକ୍ଷା’ ର ସମ୍ପାଦକ କେଶବ ରଣା ଧନ୍ୟବାଦ ଦେଇଥିଲେ।ଏହି ଉତ୍ସବରେ ସୁରକ୍ଷାର ନିର୍ଦ୍ଦେଶିକା ମିଲି ରଣା, ପଦ୍ମଲୋଚନ ସାହୁ, ତରୁଣ କୁମାର ସେନାପତି, ଯୁବ ଫିଲ୍ମ ମେକର ମାନସ ପରିଡ଼ା, ଶୁଭାଶିଷ ପଟ୍ଟନାୟକ, ଦୁଷ୍ମନ୍ତ ବେହେରା,ବିଦ୍ୟୁତ ପ୍ରଭା ବେହେରା, ସୁକାନ୍ତି କର, ପ୍ରଭାବତୀ ବେହେରା ପ୍ରମୁଖ ଯୋଗଦେଇ ସ୍ୱାଧୀନତା ସଂଗ୍ରାମୀମାନଙ୍କ ତ୍ୟାଗ ଓ ବଳିଦାନକୁ ମନେପକେଇ ସଲାମୀ ଦେଇଥିଲେ ।