୩ ହଜାର ଟଙ୍କାରେ ଏକ ବର୍ଷିଆ ଫାଷ୍ଟଟ୍ୟାଗ୍: କେନ୍ଦ୍ରମନ୍ତ୍ରୀ ନିତୀନ ଗଡ଼କରି

ନୂଆଦିଲ୍ଲୀ: ଆଜି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ଟୋଲ୍ ଟ୍ୟାକ୍ସ ନିୟମରେ ଏକ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏହା ସାଧାରଣ ଲୋକଙ୍କୁ ବହୁତ ଆଶ୍ୱସ୍ତି ଦେବ। ନୀତିନ ଗଡ଼କରୀ ସୋସିଆଲ ମିଡିଆ ମାଧ୍ୟମରେ କହିଛନ୍ତି ଯେ, ଏବେ ୩,୦୦୦ ଟଙ୍କାରେ ଏକ FASTag ପାସ୍ ତିଆରି ହେବ ଯାହା ଆପଣଙ୍କ ଯାତ୍ରାକୁ ମାଗଣା କରିବ, କିନ୍ତୁ ଏହା ଏକ ନିର୍ଦ୍ଦିଷ୍ଟ ସମୟ ପାଇଁ ହେବ।କେନ୍ଦ୍ରମନ୍ତ୍ରୀ ଗଡକରୀ ଇନଷ୍ଟାଗ୍ରାମରେ ଲେଖିଛନ୍ତି ଯେ, “ଏକ ଐତିହାସିକ ପଦକ୍ଷେପ ଭାବରେ ୩,୦୦୦ ଟଙ୍କା ମୂଲ୍ୟର ଏକ FASTag ଆଧାରିତ ବାର୍ଷିକ ପାସ୍ ୧୫ ଅଗଷ୍ଟ ୨୦୨୫ ରୁ ପ୍ରଚଳନ କରାଯାଉଛି। ଏହି ପାସ୍ ସକ୍ରିୟ ହେବାର ତାରିଖରୁ ଗୋଟିଏ ବର୍ଷ ପାଇଁ କିମ୍ବା ୨୦୦ ଯାତ୍ରା ପର୍ଯ୍ୟନ୍ତ ବୈଧ ହେବ। ଏହି ପାସ୍ ସ୍ୱତନ୍ତ୍ର ଭାବରେ କେବଳ ଅଣ-ବାଣିଜ୍ୟିକ ବ୍ୟକ୍ତିଗତ ଯାନବାହନ (କାର, ଜିପ୍, ଭ୍ୟାନ ଇତ୍ୟାଦି) ପାଇଁ ଡିଜାଇନ୍ କରାଯାଇଛି ଏବଂ ଏହା ଦେଶବ୍ୟାପୀ ଜାତୀୟ ରାଜପଥରେ ନିର୍ବିଘ୍ନ ଯାତ୍ରାକୁ ସକ୍ଷମ କରିବ।” ସେ ପୋଷ୍ଟରେ ଲେଖିଛନ୍ତି ଯେ, ”ବାର୍ଷିକ ପାସ୍ ସକ୍ରିୟକରଣ / ନବୀକରଣ ପାଇଁ ହାଇୱେ ଟ୍ରାଭେଲ୍ ଆପ୍ ଏବଂ NHAI / MoRTH ୱେବସାଇଟ୍ ରେ ଏକ ପୃଥକ ଲିଙ୍କ୍ ଖୁବ୍ ଶୀଘ୍ର ଉପଲବ୍ଧ କରାଯିବ, ଯାହା ପ୍ରକ୍ରିୟାକୁ ସରଳ ଏବଂ ସହଜ କରିବ। ଏହି ନୀତି ୬୦ କିଲୋମିଟର ବ୍ୟାସାର୍ଦ୍ଧ ମଧ୍ୟରେ ଅବସ୍ଥିତ ଟୋଲ୍ ପ୍ଲାଜା ସମ୍ପର୍କରେ ଦୀର୍ଘକାଳୀନ ଚିନ୍ତାକୁ ରେଖାଙ୍କିତ କରିବ ଏବଂ ଏକ ସୁବିଧାଜନକ କାରବାର ମାଧ୍ୟମରେ ଟୋଲ୍ ପେମେଣ୍ଟକୁ ନିର୍ବିଘ୍ନ କରିବ।”