କରୋନା କଟକଣାରେ ରହିପାରିଲେନି, ଫେରିଗଲେ ଲିଭିଂଷ୍ଟୋନ

ଚେନ୍ନାଇ : ରାଜସ୍ଥାନ ରୟାଲ୍ସର ବ୍ୟାଟିଂ ଅଲରାଉଣ୍ଡର ଲିଅମ ଲିଭିଂଷ୍ଟୋନ ଜୈବ ବଳୟ ପାଇଁ ଆଇପିଏଲ ଛାଡ଼ି ଘରକୁ ସୋମବାର ଫେରିଯାଇଛନ୍ତି ବୋଲି ତାଙ୍କ ଫ୍ରାଞ୍ଚାଇଜ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଜୈବ ବଳୟ ପରିବେଶରେ ରହିବା କଷ୍ଟକର ଦର୍ଶାଇ ସେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ଲିଭିଂଷ୍ଟୋନ ଗତ ୬ ମାସ ହେବ ଜୈବ ବଳୟରେ ରହି ଆସୁଛନ୍ତି । ଏତେ ଦିନ ହେବ ଜୈବ ବଳୟରେ ରହିବା ଯୋଗୁଁ ସେ ବ୍ୟତିବ୍ୟସ୍ତ ହୋଇ ଆଇପିଏଲ ଛାଡ଼ିବାକୁ ନିଷ୍ପତ୍ତି ନେଇଛନ୍ତି । ତାଙ୍କ ପୂର୍ବରୁ କଷ୍ଟକର ଜୈବ ବଳୟ ଯୋଗୁଁ ଚେନ୍ନାଇ ସୁପର କିଙ୍ଗସ ଜୋସ ହାଜଲେଡଡ, ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋରର ଜୋସୁଆ ଫିଲିପ ଓ ସନରାଇଜର୍ସ ହାଇଦ୍ରାବାଦର ମିଚେଲ ମାର୍ସ ଆଇପିଏଲରୁ ଓହରି ଯାଇଥିଲେ ।

Related Articles

Leave a Reply

Your email address will not be published.

Back to top button