ଆଜି ସଂଧ୍ୟାରେ ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ୱର :  ଆଜି ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ  ସଂଧ୍ୟା ସାଢେ଼ ୫ଟାରେ ବୈଠକ ଅନୁଷ୍ଠିତ ହେବ  ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫେରେନ୍ସିଂ ଜରିଆରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ମୋହର ବାଜିବ  ତେବେ କ୍ୟାବିନେଟରେ କେଉଁ କେଉଁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ସେନେଇ କୌଣସି ସୂଚନା ମିଳିପାରିନାହିଁ  ସୂଚନାଯୋଗ୍ୟଯେ, ଗତ କ୍ୟାବିନେଟ ବୈଠକରେ ବହୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଥିଲା  ବିଶେଷକରି କରୋନା ମୁକାବିଲା ଓ ସାମାଜିକ ସୁରକ୍ଷା ସଂକ୍ରାନ୍ତୀୟ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ରାଜ୍ୟ କ୍ୟାବିନେଟର ମୋହର ବାଜିଥିଲା  ଗୋଟିଏ ପଟେ ମହାମାରୀ କରୋନା ବ୍ୟାପୁଥିବାବେଳେ ଅପରପକ୍ଷରେ ରାଜ୍ୟ ସରକାର ଏହାର ମୁକାବିଲା ନିମନ୍ତେ ଟିକାକରଣ ଉପରେ ଗୁରୁତ୍ୱାରୋପ କରିଛନ୍ତି  ଇତିମଧ୍ୟରେ କରୋନା ଟିକା ପାଇଁ ଗ୍ଲୋବାଲ ଟେଣ୍ଡର ଆହ୍ୱାନ କରାଯାଇଛି   

Related Articles

Leave a Reply

Your email address will not be published.

Back to top button