ଗୌତମ ଅଦାନୀଙ୍କ ଘରେ ବାଜିବ ଶେହନାଇ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଅଦାନୀଙ୍କ ଘରେ ପୁଣି ଥରେ ବାଜିବ ଶେହନାଇ। । ବିବାହ କରିବେ ସାନପୁଅ ଜିତ୍ ଅଦାନୀ। ଜିତଙ୍କ ନିର୍ବନ୍ଧ ରବିବାର ଶେଷ ହୋଇଥିବା ବେଳେ ଖୁବଶୀଘ୍ର ସେ ବିବାହ କରିବେ ବୋଲି ଜଣାପଡ଼ିଛି। ରିପୋର୍ଟ ଅନୁଯାୟୀ, ହୀରା ବ୍ୟବସାୟୀଙ୍କ ଝିଅ ଦିବା ଜୈମିନ ଶାହା ବର୍ତ୍ତମାନ ଗୌତମ ଅଦାନୀଙ୍କ ସାନ ବୋହୂ ଭାବରେ ଅଦାନୀ ପରିବାରରେ ପ୍ରବେଶ କରିବାକୁ ଯାଉଛନ୍ତି। ଜୈମିନ ଶାହା ସି.ଦିନେଶ ଆଣ୍ଡ କୋ. ପ୍ରାଇଭେଟ ଲିମିଟେଡର ମାଲିକ। ତେବେ ବିବାହ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହି । ସୂଚନା ମୁତାବକ, ଗୌତମ ଅଦାନୀଙ୍କର ଦୁଇଟି ପୁଅ ଅଛନ୍ତି। ବଡ ପୁଅଙ୍କ ନାମ କରଣ ଅଦାନୀ ଏବଂ ସାନପୁଅଙ୍କ ନାଁ ହେଉଛି ଜିତ୍ ଅଦାନୀ। ସାନପୁଅ ଜିତ୍ ଅଦାନୀ ନଭେମ୍ବର ୭, ୧୯୯୭ରେ ଜନ୍ମଗ୍ରହଣ କରିଥିଲେ। ସେ ପେନସିଲଭାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକ ହାସଲ କରିଛନ୍ତି। କରଣ ଓ ଜିତ୍ ଉଭୟ ବିଦେଶରେ ପାଠ ପଢ଼ିବା ସହ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ବାଳିବା ଆରମ୍ଭ କରିଛନ୍ତି। ୨୦୧୯ ମସିହାରେ ଜିତ୍ ଭାରତ ଫେରି ବାପାଙ୍କ ବ୍ୟବସାୟ ସମ୍ଭାଳିବା ଆରମ୍ଭ କରିଥି‌ଲେ ବୋଲି ଜଣାପଡ଼ିଛି। ଏବେ ସେ ଅଦାନୀ ଗ୍ରୁପରେ ଉପସଭାପତି ଭାବେ କାମ କରୁଛନ୍ତି।

Related Articles

Leave a Reply

Your email address will not be published.

Back to top button