୧୬ ଓ ୧୭ରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ

ଭୁବନେଶ୍ୱର: ଆସନ୍ତା ୧୫ ତାରିଖରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ । ୧୬ ଓ ୧୭ ତାରିଖରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ଏହି ସମୟରେ ଝଡ଼ ପବନ ହେବାର ଆଶଙ୍କା ରହିଛି । ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ବିଭାଗର ପୂର୍ବାନୁମାନ କହୁଛି, ୧୫ରୁ ରାଜ୍ୟରେ ପଶ୍ଚିମା ଝଡ଼ ସକ୍ରିୟ ହେବ । ବାୟୁମଣ୍ଡଳର ମଧ୍ୟଭାଗରେ ଥିବା ଟ୍ରଫଲାଇନ୍‌ ସହ ବଙ୍ଗୋପସାଗରରୁ ବାୟୁମଣ୍ଡଳର ନିମ୍ନଭାଗରେ ଜଳୀୟବାଷ୍ପପୂର୍ଣ୍ଣ ବାୟୁ ସଂସ୍ପର୍ଶରେ ପାରସ୍ପରିକ କ୍ରିୟା ଯୋଗୁ ୧୬ ଓ ୧୭ରେ ବିଜୁଳି ଘଡ଼ଘଡ଼ି ସହ ଝଡ଼ ପବନ ହେବ । ୧୬ରେ ୧୩ ଜିଲ୍ଲାରେ ବର୍ଷା ଓ ଝଡ, ପବନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, କଟକ, ଯାଜପୁର, ଭଦ୍ରକ, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ଅଛି । ୧୭ରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ଗଞ୍ଜାମ, ଗଜପତି, ଖୋର୍ଦ୍ଧା ଓ ପୁରୀରେ ଘଡ଼ଘଡ଼ି ସହ ବର୍ଷା ହେବ ବୋଲି ଆକଳନ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button