ମଙ୍ଗଳବାରରୁ କମିବ ତାତି, ୭ରୁ ବର୍ଷା

ଭୁବନେଶ୍ୱର: ମଙ୍ଗଳବାରରୁ କମିବ ତାତି । ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ତାପମାତ୍ରା କମ୍‌ ରହିବ । ୭ ଓ ୮ ତାରିଖରେ ଅଦିନିଆ ବର୍ଷା ହେବାର ସମ୍ଭାବନା ରହିଛି । ଯାହାର ପ୍ରଭାବରେ ରାଜ୍ୟରେ ତାତିରୁ ସାମାନ୍ୟ ଆଶ୍ୱସ୍ତି ମିଳିବ । ମଙ୍ଗଳ ଓ ବୁଧବାର ପାଖାପାଖି ୧ ଡିଗ୍ରୀ ସେଲସିୟସ୍‌ ତାତି କମିବ । ରବିବାର ଭଳି ସୋମବାର ମଧ୍ୟ ରାଜ୍ୟରେ ତାତି ଜାରି ରହିବ । ହେଲେ ୧୧ ପରେ ପୁଣି ତାତି ବଢ଼ିବ । ଶନିବାର ଭଳି ରବିବାର ମଧ୍ୟ ରାଜ୍ୟରେ ୮ଟି ସହରର ତାପମାତ୍ରା ୩୮ଂ ସେଲସିୟସ୍‌ ଉପରେ ରହିଥିଲା । ସୋମବାର ମଧ୍ୟ ଏହି ଭଳି ତାତି ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଏଚ୍‌ ବିଶ୍ୱାସ ପୂର୍ବାନୁମାନ କରିଛନ୍ତି । ତେବେ ୭ ତାରିଖ ବେଳକୁ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର ଓ ବରଗଡ଼ରେ ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ଶ୍ରୀ ବିଶ୍ୱାସ ଆକଳନ କରିଛନ୍ତି ।

Related Articles

Leave a Reply

Your email address will not be published.

Back to top button