ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ ନାହିଁ ମୁସଲିମ୍‌ ଛାତ୍ରୀ: ଶିକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ:  ହିଜାବ ପିନ୍ଧି ପରୀକ୍ଷା ଦେଇପାରିବେ ନାହିଁ ମୁସଲିମ୍‌ ଛାତ୍ରୀ। କର୍ଣ୍ଣାଟକର ଶିକ୍ଷା ମନ୍ତ୍ରୀ ବିସି ନାଗେସ କହିଛନ୍ତି କହିଛନ୍ତି ଯେ, ପ୍ରୀ ୟୁନିଭର୍ସିିଟି କୋର୍ସ ବା (ପିୟୁସି) ପାଇଁ ହେବାକୁ ଥିବା ପରୀକ୍ଷାରେ ହିଜାବ ପିନ୍ଧି କୌଣସି ବି ମୁସଲମାନ ଛାତ୍ରୀ ପରୀକ୍ଷା ଦେଇପାରିବେ ନାହିଁ। ନାଗେଶ କହିଛନ୍ତି ଯେ, ‘ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମସ୍ତଙ୍କୁ ୟନିଫର୍ମ ପିନ୍ଧିବା ବାଧ୍ୟତାମୁଳକ କରାଯାଇଛି।।’ ହିଜାବ ପିନ୍ଧି ପରୀକ୍ଷା ଦେବାକୁ ଆସିଥିବା ଛାତ୍ରୀ ମାନଙ୍କୁ ପରୀକ୍ଷା କକ୍ଷକୁ ପ୍ରବେଶ ପାଇଁ ଅନୁମତି ମିଳିବ ନାହିଁ। ସମସ୍ତଙ୍କୁ ନିୟମ ପାଳନ କରିବାକୁ ହେବ। ଶିକ୍ଷା ପ୍ରତିଷ୍ଠାନ ଓ ସରକାରଙ୍କ ନିର୍ଦ୍ଧାରିତ ନିୟମ ଅନୁସାରେ ସମସ୍ତଙ୍କୁ କାମ କରିବାକୁ ହେବ। ସେପଟେ ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ, ହିଜାବ ବନ୍ଦ କରିବା ପରେ ପରୀକ୍ଷା ପାଇଁ ଆସୁଥିବା ମୁସଲମାନ ଛାତ୍ରୀଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି,କିନ୍ତୁ ତାଙ୍କ ଦାବିକୁ ପ୍ରମାଣ କରିବା ପାଇଁ କୌଣସି ସଠିକ ସଂଖ୍ୟା ଦିଆଯାଇନାହିଁ। ସେ ପୁଣି ଦାବି କରିଛନ୍ତି ଯେ ହିଜାବ ନିଷେଧ ପରେ ଅଧିକ ମୁସଲମାନ ଭଉଣୀମାନେ ପରୀକ୍ଷା ଦେଖାପାଇଁ ଆସୁଛନ୍ତି। ଏପରିକି ବର୍ତ୍ତମାନ ଅଧିକ ମୁସଲମାନ ଝିଅମାନେ ବିଶ୍ବବିଦ୍ୟାଳୟରେ ନାମ ଲେଖାଇଛନ୍ତି। ପରିସଂଖ୍ୟାନ ଦର୍ଶାଉଛି ଯେ, ହିଜାବ ପ୍ରସଙ୍ଗ ପରେ ପରୀକ୍ଷା ଦେବାକୁ ଆସୁଥିବା ମୁସଲମାନ ଛାତ୍ରୀଙ୍କ ସଂଖ୍ୟା ଏବଂ ସେମାନଙ୍କ ନାମଲେଖା ଅନୁପାତ ବୃଦ୍ଧି ପାଇଛି।

Related Articles

Leave a Reply

Your email address will not be published.

Back to top button