ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପନିର୍ଦ୍ଦେଶକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି ବିରୋଧରେ ଜିରୋ ଟୋଲେରାନ୍ସ ନୀତି ଆପଣାଉଥିବାବେଳେ ରାଜ୍ୟରେ କିଛି ସରକାରୀ କର୍ମଚାରୀଙ୍କ ଉପରେ ଏହାର ପ୍ରଭାବ ପଡ଼ୁନାହିଁ । ଯାହା ଫଳରେ କିଛି ସରକାରୀ କର୍ମଚାରୀଙ୍କ ଆୟ ଠାରୁ ଅଧିକ ସମ୍ପତ୍ତି ଦେଖିବାକୁ ମିଳୁଛି । ତେବେ ଭିଜିଲାନ୍ସ ସେମାନଙ୍କ ଉପରେ ନଜର ରଖୁଛି । ଏହି କ୍ରମରେ ଆଜି ଭିଜିଲାନ୍ସ ଜାଲରେ ଖଣି ବିଭାଗର ଉପନିଦେ୍ର୍ଧଶକ ପଡ଼ିଛନ୍ତି ।  ଖଣି ବିଭାଗର ଉପନିର୍ଦ୍ଦେଶକ ଉମେଶ ଚନ୍ଦ୍ର ଜେନାଙ୍କ ଘରେ ରେଡ କରିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଏକାଧିକ ସ୍ଥାନରେ ଚଢଉ କରିଛି ।  କେବଳ ରାଜଧାନୀ ଭୁବନେଶ୍ୱରରେ ୫ଟି ସ୍ଥାନରେ ଚଢଉ କରାଯାଇଛି । ଅନ୍ୟପକ୍ଷରେ  ଆଜି ମଧ୍ୟ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଜଣେ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରିଛି ।  ଭବାନୀପାଟଣା କେବିକେ କ୍ଷୁଦ୍ର ଜଳସେଚନ ବିଭାଗ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢଉ କରାଯାଇଛି ।  ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ କନ୍ଦର୍ପ ପ୍ରଧାନଙ୍କ ଘର ଓ ଅଫିସରେ ରେଡ କରାଯାଇଛି ।  ମୋଟ ୮ଟି ସ୍ଥାନରେ ଏହି ରେଡ ଚାଲିଛି ।  ଭୁବନେଶ୍ୱରର ୩, ଅନୁଗୁଳର ୩ ଓ ଭବାନୀପାଟଣାର ୨ଟି ସ୍ଥାନରେ ଭିଜିଲାନ୍ସ ଟିମ ରେଡ କରିଥିବା ସୂଚନା ମିଳିଛି ।

Related Articles

Leave a Reply

Your email address will not be published.

Back to top button