ପରଲୋକରେ ପିଣ୍ଟୁ ନନ୍ଦ

ଭୁବନେଶ୍ୱର: ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଆଉ ଏକ ଦୁଃଖଦ ଖବର। ଓଲିଉଡର ଜଣାଶୁଣା ତଥା ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କର ପରଲୋକ ଘଟିଛି। ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ବୁଧବାର ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ଦୀର୍ଘଦିନ ପିଣ୍ଟୁ ଯକୃତ ଜନିତ ରୋଗରେ ପୀଡ଼ିତ ଥିଲେ। ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପ୍ରାରମ୍ଭିକ ଚିକିତ୍ସା ପରେ ଯକୃତ ପ୍ରତିରୋପଣ ପାଇଁ ତାଙ୍କୁ ନୂଆଦିଲ୍ଲୀ ସ୍ଥାନତରଣ କରାଯାଇଥିଲା। ପରେ ତାଙ୍କୁ ହାଇଦ୍ରାବାଦର ଯଶୋଦା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପିଣ୍ଟୁ ନନ୍ଦ ଆକ୍ୟୁଟ୍‌ ହେପାଟାଇଟିସ୍‌ ଯୋଗୁ ସେ ଲିଭର୍‌ ସିରୋସିସ୍‌ ରୋଗରେ ପୀଡ଼ିତ ଥିଲେ। ତାଙ୍କର ଲିଭର ଟ୍ରାନ୍ସପ୍ଲାଣ୍ଟ କରାଯିବା ଦରକାର ବୋଲି ଡାକ୍ତର କହିଥିଲେ । ସେଥିଲାଗି ପୂରା ଓଲିଉଡ୍, ପିଣ୍ଟୁଙ୍କ ପ୍ରଶଂସକ ଏବଂ ସାଧାରଣ ଜନତା ଏକାଠି ହୋଇଯାଇଥିଲେ । ତାଙ୍କ ଅପରେସନ ଅନେକକ କଳାକାର ଲକ୍ଷ ଲକ୍ଷ ଟଙ୍କା ମଧ୍ୟ ସାହାଯ୍ୟ କରିଥିଲେ। ହେଲେ ତାଙ୍କ ଲିଭର ଟ୍ରାନ୍ସପ୍ଲାଣ୍ଟ ହେବା ପୂର୍ବରୁ  ସେ ଜୀବନ ଯୁଦ୍ଧରେ ହାରିଗଲେ । ସୂଚନାଥାଉ କି, “ଜୟ ଜଗନ୍ନାଥ’, “ବାହୁଡ଼ିବେ ମୋ ଜଗାବଳିଆ’, “ଆଇ ଲଭ୍‌ ମାଇଁ ଇଣ୍ଡିଆ’, “ସାଥୀରେ’, “ପ୍ରେମ ପାଇଁ ମହାଭାରତ’, “କଥା ଦେଲି ମଥା ଛୁଇଁ’ ଆଦି ସିନେମା ଏବଂ ବିଭିନ୍ନ ଧାରାବାହିକରେ ପିଣ୍ଟୁ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଓଡ଼ିଆ ଆଲବମ୍‌ ‘ଏ ଗଉରା’ ତାଙ୍କୁ ସର୍ବାଧିକ ଲୋକପ୍ରିୟ କରିଥିଲା ।

Related Articles

Leave a Reply

Your email address will not be published.

Back to top button