ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା

ଭୁବନେଶ୍ୱର : ଦାୟିତ୍ୱ ନେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ବିଦାୟୀ ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ପ୍ରଦୀପ ଜେନା। ଉନ୍ନୟନ କମିସନର ଭାବେ ମଧ୍ୟ ଦାୟିତ୍ୱ ଗ୍ରହଣ କରିଛନ୍ତି ଅନୁ ଗର୍ଗ। ପ୍ରଥମ ଥର ଜଣେ ମହିଳା ଅଧିକାରୀ ଉନ୍ନୟନ କମିଶନର ଭାବେ ଦାୟିତ୍ୱ ନେଇଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ବହୁ ପ୍ରକଳ୍ପର କାର୍ଯ୍ୟ ଜାରି ରହିଛି। ଏହାକୁ ନିର୍ଦ୍ଧାରିତ ସମୟରେ ଶେଷ କରିବାକୁ ମୁଖ୍ୟ ସଚିବ ଓ ଉନ୍ନୟନ କମିସନରଙ୍କ ଉପରେ ରହିବ ଦାୟିତ୍ୱ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ବିଭିନ୍ନ ପୀଠର ବିକାଶ କାର୍ଯ୍ୟ ଜାରି ରହିଛି। ଚଳିତ ବଜେଟରେ ମଧ୍ୟ ରାଜ୍ୟ ସରକାର ଅନେକ ଯୋଜନା ପ୍ରସ୍ତୁତ କରିଛନ୍ତି। ମିଶନ ଶକ୍ତିକୁ ଆହୁରି ସଶକ୍ତ କରାଯିବ। ଅବଢ଼ା ଯୋଜନାରେ ହେରିଟେଜ୍‌ ସହର ପୁରୀର ବିକାଶ ଓ ଉନ୍ନତିମୂଳକ କାମ କରାଯିବ । ବିଜୁ ଏକ୍ସପ୍ରେସ ୱେ-ଟୁ ବ୍ରହ୍ମପୁରରୁ ଜୟପୁର ରାସ୍ତା ଚାରି ଲେନ ବିଶିଷ୍ଟ ହେବ। ସ୍ୱାସ୍ଥ୍ୟ କ୍ଷେତ୍ରରେ ଆରମ୍ଭ ହେବ ଆମ ହସ୍ପିଟାଲ ଯୋଜନା। ଏହିଭଳି ବିଭିନ୍ନ ପ୍ରକଳ୍ପ ଓ ଯୋଜନାକୁ ସୁରୁଖୁରୁରେ ସଂପୂର୍ଣ୍ଣ କରିବା ରହିବ ଚ୍ୟାଲେଞ୍ଜ।

Related Articles

Leave a Reply

Your email address will not be published.

Back to top button