ସୁପ୍ରିମକୋର୍ଟ ଗଲେ ସିସୋଦିଆ

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗିରଫ ହେବା ପରେ ସେ ଏହାକୁ ବିରୋଧ କରିଛନ୍ତି । ସିବିଆଇର ଗିରଫଦାରୀ ଓ ଯାଂଚକୁ ବିରୋଧ କରି ସେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହୋଇଛନ୍ତି । ସେ ସର୍ବୋଚ୍ଚ ଅଦାଲତରେ ସିବିଆଇର ଯାଂଚକୁ ଚ୍ୟାଲେଞ୍ଜ କରିଛନ୍ତି । ସୂଚନାନୁସାରେ ଅଭିଷେକ ମନୁ ସିଙ୍ଘଭି ମନୀଷ ସିସୋଦିଆଙ୍କ ତରଫରୁ ଓକିଲାତି କରିବେ ଏବଂ ଏ ବାବଦରେ ଶୀଘ୍ର ଶୁଣାଣି କରିବାକୁ ଦାବି କରିବେ । ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ମନୀଷ ସିସୋଦିଆଙ୍କୁ ରବିବାର ଗିରଫ କରାଯାଇଥିଲା । ସୋମବାର ଦିଲ୍ଲୀର ଏକ ସ୍ୱତନ୍ତ୍ର ଅଦାଲତ ମନୀଷ ସିସୋଦିଆଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡରେ ପଠାଇଛି । ମାର୍ଚ୍ଚ ୪ ପର୍ଯ୍ୟନ୍ତ ରିମାଣ୍ଡରେ ନେଇ ଜେରା କରିବ ସିବିଆଇ । ମଦ ନୀତି ଦୁର୍ନୀତି ମାମଲାକୁ ନେଇ ସିବିଆଇ ସିସୋଦିଆଙ୍କୁ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିଥିଲା । ଅବକାରୀ ନୀତି ମାମଲାରେ ଅଧିକ ଜେରା ପାଇଁ ରବିବାର ସିବିଆଇରେ ହାଜର ହୋଇଥିଲେ ମନୀଷ ସିସୋଦିଆ । ଦୀର୍ଘ ୮ ଘଣ୍ଟ।।ର ପଚରାଉଚରା ପରେ ତାଙ୍କୁ ଗିରଫ କରାଯାଇଥିଲା । ଅବକାରୀ ନୀତି ମାମଲାରେ ଫେବୃଆରୀ ୧୯ ତାରିଖରେ ହାଜର ହେବାକୁ ସିସୋଦିଆଙ୍କୁ ନୋଟିସ୍‌ କରିଥିଲା ସିବିଆଇ ।

Related Articles

Leave a Reply

Your email address will not be published.

Back to top button