ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ଙ୍କ ପତିଙ୍କ ନିଧନ

ପୁଣେ: ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ଙ୍କ ପତି ଡ. ଦେବୀ ସିଂହ ସେଖାୱତ୍ଙ୍କର ହୃଦ୍ଘାତ କାରଣରୁ ଏଠାକାର ଏକ ଘରୋଇ ହସ୍ପିଟାଲ୍ରେ ଶୁକ୍ରବାର ନିଧନ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ଶେଖାୱତ୍ଙ୍କୁ କିଛିଦିନ ତଳେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିବା ବେଳେ ଆଜି ସକାଳ ୯ଟା ବେଳେ ତାଙ୍କର ନିଧନ ହୋଇଛି । ତାଙ୍କର ଅନ୍ତିମ ସଂସ୍କାର ପୁଣେରେ କରାଯିବ । ଶେଖାୱତ୍ଙ୍କ ନିଧନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ଏନ୍ସିପି ପ୍ରମୁଖ ଶରଦ ପାୱାର୍ ଶୋକବ୍ୟକ୍ତ କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି ଦେବୀସିଂହ ଶେଖାୱତ୍ଙ୍କ ନିଧନରେ ପୂର୍ବତନ ରାଷ୍ଟ୍ରପତି ପ୍ରତିଭା ପାଟିଲ୍ ଏବଂ ତାଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି ।