ରାଜ୍ୟରେ ସ୍କ୍ରାପ ହେବ ୨୦ ଲକ୍ଷରୁ ଅଧିକ ଗାଡ଼ି

ଭୁବନେଶ୍ୱର: ରାଜ୍ୟରେ ସ୍କ୍ରାପ ହେବ ୨୦ଲକ୍ଷ ୩୯ ହଜାର ୫୦୦ ଗାଡ଼ି। ଯେଉଁ ଗାଡ଼ି ଗୁଡ଼ିକ ୧୫ ବର୍ଷରୁ ଊର୍ଦ୍ଧ୍ୱ ହୋଇଥିବ ଓ ଯେଉଁ ଗାଡ଼ି ଗୁଡ଼ିକର ଫିଟ୍‌ନେସ ନଥିବ, ସେଗୁଡ଼ିକୁ ସ୍କ୍ରାପ୍ କରାଯିବ। ସ୍କ୍ରାପ୍ ହେବାକୁ ଥିବା ଗାଡ଼ି ଗୁଡ଼ିକ ମଧ୍ୟରେ ସର୍ବାଧିକ ୧୨ ଲକ୍ଷ ୯୯ ହଜାର ୩୫୧ଟି ମୋଟର ସାଇକେଲ/ସ୍କୁଟର ରହିଛି।
ବିଧାନସଭାରେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି। ବିଜେପି ବିଧାୟକ କୁସୁମ ଟେଟେଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ମନ୍ତ୍ରୀ ଟୁକୁନି ସାହୁ ଏହି ତଥ୍ୟ ଦେଇଛନ୍ତି। ମନ୍ତ୍ରୀ ଆହୁରି କହିଛନ୍ତି ଯେ ରାଜ୍ୟରେ ୮୦ ଲକ୍ଷ ୨୦ ହଜାର ୫୦୦ ଗାଡ଼ିର ଫିଟ୍‌ନେସ୍ ରହିଛି। ଫିଟ୍‌ନେସ୍‌ ନଥିବା ଗାଡ଼ି ଗୁଡ଼ିକୁ ସ୍କ୍ରାପିଂ ପାଇଁ ରାଜ୍ୟ ସରକାର ସ୍କ୍ରାପ୍ ପଲିସି ୨୦୨୨ ପ୍ରଣୟନ କରିଛନ୍ତି।

Related Articles

Leave a Reply

Your email address will not be published.

Back to top button