ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର : ନବୀନ

ବରଗଡ଼: ବରଗଡ଼ ଝାରବନ୍ଧରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରରେ ନବୀନଙ୍କ ସମ୍ୱୋଧନ । ବର୍ଷକ ଭିତରେ ଜିଲ୍ଲା ମାନ୍ୟତା ପାଇବ ପଦ୍ମପୁର । ନୂଆ ପ୍ରକଳ୍ପର ଉଦଘାଟନ କରିବା ସହ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଝାରବନ୍ଧ ପୁନର୍ବାର ଆସି ବହୁତ ଖୁସି ଥିବା ବେଳେ ଲୋକଙ୍କ ଭଲପାଇବା ଆଗରେ ସେ ଋଣି ଥିବା ନିଜ ସମ୍ୱୋଧନରେ କହିଛନ୍ତି । ମିଶନ ଶକ୍ତି ମାଆମାନେ ଭଲ କାମ କରୁଥିବା ମଧ୍ୟ କହିଛନ୍ତି । ମିଶନ ଶକ୍ତିରେ ଥିବା ମହିଳାମାନଙ୍କୁ ୧.୨୩ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି ମୁଖ୍ୟମନ୍ତ୍ରୀ । ପଦ୍ମପୁର ଉପନିର୍ବାଚନ ବେଳେ ଜିଲ୍ଲାବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ ପାଇଁ ମୁଖ୍ୟମନ୍ତ୍ରୀ ଆରମ୍ଭ କରିଛନ୍ତି ପ୍ରସ୍ତୁତି ।

Related Articles

Leave a Reply

Your email address will not be published.

Back to top button