ବଦଳିଲା ଗୋପାଳର ଠିକଣା

 କଟକ: ବଦଳିଲା ନବକିଶୋର ଦାସ ହତ୍ୟା ଅଭିଯୁକ୍ତ ଗୋପାଳକୃଷ୍ଣ ଦାସର ଠିକଣା । ଝାରସୁଗୁଡ଼ାରୁ ଚୌଦ୍ବାର ସର୍କଲ ଜେଲକୁ ଆସିଲା ଗୋପାଳ । କଡ଼ା ସୁରକ୍ଷାରେ  ଗୋପାଳକୁ ଚୌଦ୍ବାର ସର୍କଲ ଜେଲକୁ ଆଣିଛନ୍ତି । ଅଭିଯୁକ୍ତର ସ୍ବାସ୍ଥ୍ୟ ପରୀକ୍ଷା ପରେ ହାଜତକୁ ପଠାଇ ଅଣାଯାଇଛି । । ହାଇ ସିକ୍ୟୁରିଟି ସେଲରେ ରହିଛି ଗୋପାଳ । ୩ ଜଣ ସୁରକ୍ଷାକର୍ମୀ ତାକୁ ଜଗି ରହିଛନ୍ତି । ୨୪ଘଣ୍ଟିଆ ସିସିଟିଭି ସହାୟତାରେ ଅଭିଯୁକ୍ତ ଉପରେ ନଜର ରଖାଯାଇଛି । ପରବର୍ତ୍ତି ସମୟରେ ଜେଲ୍ ମାନୁଆଲ ଅନୁସାରେ ତାର ମାନସିକ ସ୍ଥିତି ଉପରେ ନଜର ରଖାଯିବ । ଯଦି ତାକୁ କେହି ଦେଖା କରିବାକୁ ଚାହିଁବେ ନିୟମ ଅନୁଯାୟୀ ଦେଖା କରିପାରିବେ । ଝାରସୁଗୁଡ଼ା ଜେଏମଏଫସି କୋର୍ଟଙ୍କ ଅନୁମତି ପରେ ଗୋପାଳକୁ ଚୌଦ୍ବାରକୁ ସ୍ଥାନାନ୍ତର କରାଯାଇଛି । ୩ଟି ପର୍ୟ୍ୟାୟ ରିମାଣ୍ଡରେ ଆଣି ଗୋପାଳ ଠାରୁ ହତ୍ୟାର କାରଣ ଖୋଜିବାକୁ ଚେଷ୍ଟା କରିଛି କ୍ରାଇମବ୍ରାଞ୍ଚ । କୁହାଯାଉଛି ସବୁ ପ୍ରକାର ପ୍ରମାଣ ପାଇ ସାରିଛି ତଦନ୍ତକାରୀ ଟିମ୍ । ଅଭିଯୁକ୍ତର ଲଭିଏ ସହିତ ନାର୍କୋ, ପଲିଗ୍ରାଫ ଟେଷ୍ଟ କରାଯାଇଛି । ୧୬୪ଧାରା ଅନୁସାରେ ଅଭିଯୁକ୍ତର ବୟାନ ରେକର୍ଡ କରିଛି କ୍ରାଇମବ୍ରାଞ୍ଚ ।

Related Articles

Leave a Reply

Your email address will not be published.

Back to top button