କଂଗ୍ରେସରେ ଯୋଗଦେଲେ ପ୍ୟାରୀମୋହନଙ୍କ ଝିଅ

ଭୁବନେଶ୍ୱର: ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଡା ଏ ଚେଲ୍ଲା କୁମାର ଏବଂ ପିସିସି ସଭାପତି ଶ୍ରୀ ଶରତ ପଟ୍ଟନାୟକଙ୍କ ଉପସ୍ଥିତିରେ ବିଧିବଧ ଭାବେ ପୂର୍ବତନ ସାଂସଦ ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ କନ୍ୟା ଡ.ସିକ୍ତା ପତି, ଭାରତୀୟ ରେଳ ସେବାର ପୂର୍ବତନ ଅଧିକାରୀ ହେମନ୍ତ କୁମାର ଦତ, ରାଧାକାନ୍ତ ନାୟକ ଓ ବରିଷ୍ଠ ଆଇନଜୀବି ପ୍ରବୀର କୁମାର ପ୍ରଧାନ କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ଆଦର୍ଶ, କଂଗ୍ରେସର ବିଚାରଧାରା ଏବଂ ଗାନ୍ଧୀବାଦ ପ୍ରତି ସମ୍ମାନ ଜଣାଇ ସେମାନେ କଂଗ୍ରେସ ଦଳରେ ଯୋଗଦେଇଛନ୍ତି ବୋଲି କହିଥିଲେ ।

ବିଶେଷ କରି ରାହୁଲ ଗାନ୍ଧୀଙ୍କର ଭାରତଯୋଡ଼ ଯାତ୍ରା ସେମାନଙ୍କୁ କଂଗ୍ରେସ ଦଳରେ ଯୋଗଦେବା ପାଇଁ ସେମାନେ ମତବ୍ୟକ୍ତ କରିଥିଲେ । ଡା ଚେଲ୍ଲା କୁମାର ଏବଂ ଶ୍ରୀ ପଟ୍ଟନାୟକ ସେମାନଙ୍କୁ ପୁଷ୍ପଗୁଛ ଏବଂ ଉତରୀୟ ପ୍ରଦାନ ପୂର୍ବକ କଂଗ୍ରେସ ଦଳରେ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଶ୍ରୀ ନିରଞ୍ଜନ ପଟ୍ଟନାୟକ, ରାମଚନ୍ଦ୍ର ଖୁଂଟିଆ,ବିଜୟ ପଟ୍ଟନାୟକ, ବିଭୁତି ମିଶ୍ର, ମାନସ ଚୌଧୁରୀ, ବନ୍ଦିତା ପରିଡ଼ା, ବିଶ୍ୱଜିତ ଦାଶ, ୟାସିର ନୱାଜ, ରଶ୍ମି ମହାପାତ୍ର, ଅମୀୟ ପଟ୍ଟନାୟକ, ରଜନୀ ମହାନ୍ତି ପ୍ରମୁଖ ଯୋଗଦେଇଥିଲେ ।

Related Articles

Leave a Reply

Your email address will not be published.

Back to top button