ଭାରତରେ କାରବାର ବନ୍ଦ କଲା ଟିକ୍‌ଟକ୍‌

ନୂଆଦିଲ୍ଲୀ : ଚାଇନିଜ୍ କମ୍ପାନୀ ବାଇଟ୍‌ଡ୍ୟାନ୍ସ ପକ୍ଷରୁ ପ୍ରଚଳିତ ଟିକ୍‌ଟକ୍ ଆପ୍ ଭାରତୀୟ ମାର୍କେଟରେ ଏହାର କାରବାରକୁ ସମ୍ପୂର୍ଣ୍ଣଭାବେ ବନ୍ଦ କରିଦେଇଛି । ଭାରତରେ କାର୍ଯ୍ୟରତ ଶେଷ ୪୦ ଜଣ କର୍ମଚାରୀଙ୍କ କାର୍ଯ୍ୟକାଳ ଚଳିିତମାସ ୨୮ ସୁଦ୍ଧା ଶେଷ ହେବ ବୋଲି କମ୍ପାନୀ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନାଯୋଗ୍ୟ ଜାତୀୟ ନିରାପତ୍ତା ପ୍ରତି ବିପଦ ରହିଥିବା ଦର୍ଶାଇ ଭାରତ ସରକାର ୨୦୨୦ ଜୁନ୍‌ରେ ଟିକ୍‌ଟକ୍ ସମେତ ୩୦୦ ଚାଇନିଜ୍ ଆପ୍‌କୁ ଦେଶରେ ବ୍ୟାନ୍ କରିଥିଲେ । ଭାରତରେ ବ୍ୟବସାୟ ବନ୍ଦ ହେବାପରେ ଭାରତରେ କାର୍ଯ୍ୟରତ ଅଧିକାଂଶ ଟିକ୍‌ଟକ୍ କର୍ମଚାରୀ ଦୁବାଇ ଓ ବ୍ରାଜିଲସ୍ଥିତ କାର୍ଯ୍ୟାଳୟକୁ ପଳାଇଥିଲେ । ତେବେ ବିଶ୍ୱର ଅନ୍ୟ କେତେକ ବିକଶିତ ରାଷ୍ଟ୍ର ଟିକ୍‌ଟକ୍ ବ୍ୟାନ୍ କରିବାକୁ ମନସ୍ଥ କରୁଥିବା ଜଣାପଡିଛି ।

Related Articles

Leave a Reply

Your email address will not be published.

Back to top button