ବାପା-ମା’ ସହ ଝିଅର ମୃତଦେହ ଉଦ୍ଧାର

କୋରାପୁଟ : କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ତୟାପୁଟ ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ଘର ଭିତରୁ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକମାନେ ସମ୍ପର୍କରେ ସ୍ୱାମୀ, ସ୍ତ୍ରୀ ଓ ଦୁଇ ବର୍ଷର ଝିଅ । ତେବେ ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିବା ପରେ ଯୁବକ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । କାରଣ ବାପା ତଥା ଲିଙ୍ଗରାଜ ବିଷୋୟୀଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଥିବାବେଳେ ମା’ଙ୍କ ମୃତଦେହ ସୋଫା ଉପରୁ ଏବଂ ଶିଶୁ କନ୍ୟାର ମୃତଦେହ ସୋଫାତଳୁ ଉଦ୍ଧାର କରାଯାଇଛି । ଅନ୍ୟପକ୍ଷରେ ଏହା ସୁଚିନ୍ତିତ ହତ୍ୟା ନା ଆତ୍ମହତ୍ୟା ତାହା ଜଣାପଡ଼ିନାହିଁ । କେମିତି ଏଭଳି ଘଟଣା ଘଟିଲା ଏବଂ କେତେବେଳେ ଘଟିଲା ସେନେଇ ଲକ୍ଷ୍ମୀପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାକୁ ନେଇ ଉକ୍ତ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ତେବେ ପାରିବାରିକ ଅଶାନ୍ତି ଓ ଆର୍ôଥକ ଅନଟନ ଯୋଗୁ ଏଭଳି ଘଟଣା ଘଟିଥିବା ସ୍ଥାନୀୟ ଅଞ୍ଚଳରେ ଅଲୋଚନା ହେଉଛି । ହେଲେ ପୁଲିସ ତଦନ୍ତ ପରେ ଏବାବଦରେ ସ୍ପଷ୍ଟ ହେବ ।

Related Articles

Leave a Reply

Your email address will not be published.

Back to top button